LIVE TV

ବାବରୀ ମସଜିଦ୍ କୁ ନେଇ ପୂର୍ବତନ CJI ଚନ୍ଦ୍ରଚୂଡ଼ଙ୍କ ଭାବନା ଆଶ୍ଚର୍ଯ୍ୟଜନକ, ଜାଣନ୍ତୁ କହିଛନ୍ତି କ’ଣ?

NEWS7
D Y Chandrachud

ନୂଆଦିଲ୍ଲୀ ୨୫।୯: ଭାରତର ପୂର୍ବତନ ଚିଫ୍ ଜଷ୍ଟିସ୍ (ସିଜେଆଇ) ଡି.ୱାଇ.ଚନ୍ଦ୍ରଚୂଡ଼ଙ୍କ କହିବା କଥା ହେଉଛି ମନ୍ଦିର ଭାଙ୍ଗି ବାବରୀ ମସଜିଦ୍ ନିର୍ମାଣ ହୋଇଥିଲା। ତେବେ ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଥିଲେ ଯେ ବାବରୀ ମସଜିଦ୍ ଭାଙ୍ଗିବା ଏକ ଅପରାଧ ଥିଲା। ଏପରି କୌଣସି ପ୍ରମାଣ ନଥିଲା ବାବରୀ ମସଜିଦ ମନ୍ଦିର ଉପରେ ନିର୍ମାଣ ହୋଇଥିଲା। ସୁପ୍ରିମକୋର୍ଟଙ୍କ ଯେଉଁ ବେଞ୍ଚ ଏହି ରାୟ ଦେଇଥିଲେ ସେହି ବେଞ୍ଚରେ ଡି.ୱାଇ.ଚନ୍ଦ୍ରଚୂଡ଼ ମଧ୍ୟ ଜଣେ ବିଚାରକ ଥିଲେ, ଯେତେବେଳେ ତତ୍କାଳୀନ ସିଜେଆଇ ରଞ୍ଜନ ଗୋଗଇ ଥିଲେ।

ଅଯୋଧ୍ୟା ରାମ ମନ୍ଦିର ଓ ଜ୍ଞାନବାପୀ ମସଜିଦ୍ ବିବାଦରେ ନିଜ ବିଚାର ବ୍ୟକ୍ତ କରି ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଏହି ସବୁ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ବିଶ୍ୱାସ ଉପରେ  ନୁହେଁ ସାକ୍ଷ ଉପରେ ଆଧାରିତ ଥିଲା । ନ୍ୟୁଜ୍ ଲଣ୍ଡ୍ରିର ଶ୍ରୀନିବାସନ ଜୈନଙ୍କୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ଚନ୍ଦ୍ରଚୂଡ଼ ଏହିସବୁ ଐତିହାସିକ ରାୟ ପଛର ପ୍ରକ୍ରିୟା ଓ ନିଜର ବ୍ୟକ୍ତିଗତ ବିଶ୍ୱାସର ଉଲ୍ଲେଖ କରିଛନ୍ତି, ଯେଉଁଥିରେ ସେ ‘ଭଗବାନଙ୍କ ମାର୍ଗଦର୍ଶନ’ର କଥା ମଧ୍ୟ କହିଛନ୍ତି। ତେବେ ତାଙ୍କ ବୟାନ ଏବେ ନ୍ୟାୟିକ ନିରପେକ୍ଷତା ଓ ଧାର୍ମିକ କାହାଣୀ ମଧ୍ୟରେ ଏକ ଜଟିଳ ବିବାଦକୁ ଜନ୍ମ ଦେଇଛି।

ଚନ୍ଦ୍ରଚୂଡ଼ ଅଯୋଧ୍ୟା ମାମଲାରେ ୨୦୧୯ରେ ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ପୂର୍ଣ୍ଣ ସାକ୍ଷ ଆଧାରିତ କହିଛନ୍ତି। ସେ କହିଛନ୍ତି ଯେ ବାବରୀ ମସଜିଦ ନିର୍ମାଣକୁ ‘ମୂଳ ଅପବିତ୍ରତାର କାର୍ଯ୍ୟ’ କୁହାଯାଇଥିଲା, ଯାହା ହିନ୍ଦୁ ପକ୍ଷଙ୍କ ଦାବି ଅନୁରୂପ ଥିଲା।ତେବେ ସୁପ୍ରିମକୋର୍ଟ ସ୍ୱୀକାର କରିଥିଲେ ପ୍ରତ୍ନତାତ୍ୱିକ ସାକ୍ଷ ମସଜିଦ୍ ତଳେ କୌଣସି ମନ୍ଦିରକୁ ଭଙ୍ଗା ଯିବାର ପୁଷ୍ଟି କରେ ନାହିଁ। ଏହା ସତ୍ତ୍ୱେ ଚନ୍ଦ୍ରଚୂଡ଼ ୧୯୪୯ର ଘଟଣାକୁ ସୁରକ୍ଷା ଦେଇଥିଲେ, ଯେଉଁଥିରେ ବାବରୀ ମସଦିଜରେ ମୂର୍ତ୍ତି ରଖା ଯାଇଥିଲା ଓ ଏହାକୁ ସେ ହିନ୍ଦୁ ପକ୍ଷଙ୍କ ବିରୋଧରେ ମାନି ନହାନ୍ତି। ତାଙ୍କର ଏହି ବୟାନ ଏବେ ପ୍ରଶ୍ନ ଉଠାଇଛି ଯେ ତାଙ୍କର ଏହି ଦୃଷ୍ଟିକୋଣ  କଣ ସାକ୍ଷ ଠାରୁ ଅଧିକ ବିଶ୍ୱାସ ଉପରେ ଆଧାରିତ ଥିଲା?

ସାକ୍ଷାତକାରରେ ଚନ୍ଦ୍ରଚୂଡ଼ ତାଙ୍କ ବ୍ୟକ୍ତିଗତ ବିଶ୍ୱାସର ଉଲ୍ଲେଖ କରି କହିଛନ୍ତି ଯେ ତାଙ୍କୁ ଭଗବାନଙ୍କଠାରୁ ମାର୍ଗଦର୍ଶନ ମିଳିଥିଲା। ତେବେ ସେ ଏହା ଉପରେ ସେ ବିସ୍ତୃତ କିଛି କହି ନାହାନ୍ତି। ହେଲେ ତାଙ୍କର ଏହି ଟିପ୍ପଣୀ କୋର୍ଟଙ୍କ ରାୟର ନିରପେକ୍ଷତା ଉପରେ ବିତର୍କ ସୃଷ୍ଟି କରିଛି। କାରଣ ଧାର୍ମିକ ବିଶ୍ୱାସର ଉଲ୍ଲେଖ ସମ୍ବେଦନଶୀଳ ମାମଲାରେ ପକ୍ଷପାତ ଅଭିଯୋଗକୁ ପ୍ରୋତ୍ସାହିତ କରିଥାଏ।

ସେହିପରି ଜ୍ଞାନବାପୀ ମସଜିଦ ବିବାଦରେ ଚନ୍ଦ୍ରଚୂଡ଼ ମସଜିଦର ସର୍ଭେ ଲାଗି ଅନୁମତିକୁ ଉଚିତ ବୋଲି କହିଛନ୍ତି। ସେ କହିଛନ୍ତି ମନ୍ଦିର ବେସମେଣ୍ଟରେ ହିନ୍ଦୁଙ୍କ ଦ୍ୱାରା ଶହଶହ ବର୍ଷରୁ ପୂଜା ହୋଇ ଆସୁଛି ଓ ଏହା ଉପରେ ବିବାଦ ନଥିଲା। ତେବେ ମୁସଲମାନ ପକ୍ଷ ଏହି ଦାବିକୁ ଲଗାତାର ବିରୋଧ କରିଛି। ୧୯୯୧ ପୂଜାସ୍ଥଳ ଅଧିନିୟମ( ଯାହା ଧାର୍ମିକ ସ୍ଥଳଙ୍କ ସ୍ଥିତିକୁ ଯଥାବତ ରଖିବାର କଥା କହୁଛି)  ସତ୍ତ୍ୱେ ଚନ୍ଦ୍ରଚୂଡ଼  କହିଛନ୍ତି ଯେ ଜ୍ଞାନବାପୀର ଧାର୍ମିକ ପ୍ରକୃତିର ପ୍ରଶ୍ନ ‘ବନ୍ଦ’ ନୁହେଁ, ଅର୍ଥାତ ତାହା ମନ୍ଦିର ହୋଇଥିବାର ପ୍ରଶ୍ନ ଖୋଲା ରହିଛି।

ହେଲେ ଚନ୍ଦ୍ରଚୂଡ଼ଙ୍କ ଏହି ବୟାନ ପୂଜା ଅଧିନିୟମ ଉଲ୍ଲଂଘନ ଓ ନ୍ୟାୟିକ ନିରପେକ୍ଷତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ବିଚାରପତିଙ୍କ ଠାରୁ ଆଶା କରାଯାଏ ଯେ ଧାର୍ମିକ, ସାମାଜିକ ଓ ଆର୍ଥିକ ପ୍ରସଙ୍ଗରେ ତାଙ୍କ ରାୟ ନିରପେକ୍ଷ ହେବ ଓ ତଥ୍ୟ ହିସାବରେ ନିଷ୍ପତ୍ତି ନେବେ। ତେବେ ଚନ୍ଦ୍ରଚୂଡ଼ ବାବରୀ ମସଜିଦ୍ ଓ ଜ୍ଞାନବାପୀ ମସଜିଦ ନେଇ ନିଜର ଭାବନା ସାର୍ବଜନିକ କରିଛନ୍ତି। ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ (୨୦୨୨-୨୦୨୪) ଅଯୋଧ୍ୟା ରାୟ ଓ ଜ୍ଞାନବାପୀ ସର୍ଭେ ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା।

ତାଙ୍କ ବୟାନ ଯେପରି ବାବରୀ ମସଜିଦ୍ କୁ ଅପବିତ୍ରର କାର୍ଯ୍ୟ କହିବା ଓ ଜ୍ଞାନବାପୀରେ ହିନ୍ଦୁଙ୍କ ପୂଜା ଦାବି ଧାର୍ମିକ କାହାଣୀ ଆଡକୁ ଇସାରା କରୁଛି। ଆଲୋଚକଙ୍କ କହିବା କଥା ହେଉଛି ଏପରି ବୟାନ ସାକ୍ଷରୁ ଅଧିକ ବିଶ୍ୱାସ ଉପରେ ଆଧାରିତ ହେବା ଭଳି ଲାଗୁଛି, ଯାହା ନ୍ୟାୟପାଳିକାର ନିରପେକ୍ଷତା ଉପରେ ପ୍ରଶ୍ନ ଚିହ୍ନ ଲଗାଉଛି। ତେବେ ଚନ୍ଦ୍ରଚୂଡ଼ଙ୍କ ବେଞ୍ଚ ଯେତେବେଳେ ଜ୍ଞାନବାପୀ ସର୍ଭେର ଆଦେଶ ଦେଲେ ତା ପରେ ସାରା ଦେଶରେ କୋର୍ଟମାନେ ଲଗାତାର ଧାର୍ମିକ ସ୍ଥଳଙ୍କ ସର୍ଭେ ଆଦେଶ ଗୃହୀତ କରିବାରେ ଲାଗିଲେ। ଏହି କାରଣରୁ ପରେ ସମ୍ଭଲରେ ଦଙ୍ଗା ହୋଇଛି।

ସୁପ୍ରିମକୋର୍ଟ ଓକିଲ ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ ପୂର୍ବତନ ସିଜେଆଇ ଡି.ୱାଇ.ଚନ୍ଦ୍ରଚୂଡ଼ ନିକଟ ଅତୀତରେ ଅନେକ ସାକ୍ଷାତକାର ଦେଇଛନ୍ତି। ଯେଉଁଥିରେ ସେ ତାଙ୍କ ସାମ୍ପ୍ରଦାୟିକ ମାନସିକତା ଉଜାଗର କରିଛନ୍ତି। ତାଙ୍କ କହିବା କଥା ହେଉଛି ମନ୍ଦିରର ବିଧ୍ୱଂସ (ଯାହାର କୌଣସି ପ୍ରମାଣ ନାହିଁ) ଏବେ ମସଜିଦ ଭାଙ୍ଗିଥିବାର ଲୋକଙ୍କୁ ଜମି ଦେବାର ଏକ ଭଲ କାରଣ! ଏଥିରେ ଆଶ୍ଚର୍ଯ୍ୟ ହେବାକ କିଛି କଥା ନାହିଁ ସେ ଜ୍ଞାନବାପୀ ସର୍ଭେକ୍ଷଣ ଜାରି ରହିବାକୁ ଦେଇଥିଲେ। ସେହିପରି ଅଯୋଧ୍ୟା ମାମଲାରେ ସେ କହିଥିଲେ ଭବିଷ୍ୟତରେ ଉପାସନା ସ୍ଥଳ ଅଧିନିୟମ ଏପରି ବିବାଦକୁ ସମାପ୍ତ କରିଦେବ! ଏହା ନିନ୍ଦନୀୟ।