ନୂଆଦିଲ୍ଲୀ:ଇସଲାମାବାଦ କୋର୍ଟ ବାହାରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ପାଇଁ ଭାରତକୁ ଦାୟୀ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ। ଏହି ବିସ୍ଫୋରଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା। କେବଳ ସେତିକି ନୁହେଁ, ଆଫଗାନିସ୍ତାନ ସୀମା ନିକଟବର୍ତ୍ତୀ ୱାନାରେ ଏକ କ୍ୟାଡେଟ କଲେଜ ଉପରେ ସୋମବାର ହୋଇଥିବା ଆକ୍ରମଣରେ ମଧ୍ୟ ସେ ଭାରତର ହାତ ଥିବା କହିଛନ୍ତି।ଆସୋସିଏଟ ପ୍ରେସର ରିପୋର୍ଟ ଅନୁସାରେ ଭାରତ ପ୍ରାୟୋଜିତ ପ୍ରକ୍ସିମାନେ ଏହି ଘଟଣା ଘଟାଇଛନ୍ତି ବୋଲି ସରିଫ କହିଛନ୍ତି। ପାକିସ୍ତାନର ସରକାରୀ ମିଡିଆ କହିଛି “ପାକିସ୍ତାନକୁ ଅସ୍ଥିର କରିବା ପାଇଁ ନିରନ୍ତର ଭାରତ ପ୍ରାୟୋଜିତ ଆତଙ୍କବାଦର ଏହା ଏକ ଉଦ୍ୟମ ଥିଲା।”
ଦକ୍ଷିଣ ଏସିଆରେ ଆତଙ୍କବାଦର ଆଡ୍ଡାସ୍ଥଳୀ ପାଲଟିଥିବା ପାକିସ୍ତାନ ଦୀର୍ଘ ଦିନ ଧରି ଅନ୍ୟ ଦେଶକୁ ଆତଙ୍କବାଦ ରପ୍ତାନୀ କରି ଆସୁଛି। ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇ, ଭରଣପୋଷଣ କରେ। ଆଉ ଯେତବେଳେ ଏହି ଆତଙ୍କବାଦୀମାନେ ତାକୁ ହାନୀ ପହଞ୍ଚାନ୍ତି, ସେତେବେଳେ ସେ ସବୁ ଦୋଷ ଭାରତ ଉପରେ ଲଦି ଦେଇ ଖସିଯିବାକୁ ଚେଷ୍ଟା କରେ। ନିଜ ଦେଶର ଜନତାଙ୍କ ମନରେ ଭାରତ ପ୍ରତି ଘୃଣା ଭରିବା ଓ ଅନ୍ତର୍ଜାତୀୟ ସ୍ତରର ନିଜର ଆତଙ୍କବାଦର ଚେହେରା ଲୁଚାଇବା ପାଇଁ ପାକିସ୍ତାନ ଏପରି କରିବାକୁ ବାଧ୍ୟ ହୋଇଥାଏ।

ପାକିସ୍ତାନ ଏହି ଆକ୍ରମଣ ତେହେରିକ ଏ ତାଲିବାନ(ଟିଟିପି) କରିଛି ବୋଲି ଦୋଷ ଲଦୁଛି। ଆଉ ଏହି ଟିଟିପି ଆଫଗାନିସ୍ତାନର ତାଲିବାନ ସରକାର ପରିଚାଳତ କରୁଛନ୍ତି ଓ ତାଲିବାନର ଭାରତ ହାତର କଣ୍ଢେଇ ବୋଲି ପାକିସ୍ତାନ ଅଭିଯୋଗ କରି ଆସୁଛି। ପାକିସ୍ତାନରେ ବିସ୍ଫୋରଣର କିଛି ଘଣ୍ଟା ପରେ ଶେହେବାଜ ସରିଫ ଏହି ବୟାନ ଦେଇଛନ୍ତି। ବିନା କୌଣସି ତଥ୍ୟ ପ୍ରମାଣରେ ସରିଫଙ୍କର ଏଭଳି ବୟାନ ତାଙ୍କର ଘୃଣ୍ୟ ରାଜନୈତିକ ମାନସିକତାକୁ ଦର୍ଶାଉଛି।

ଏପିପି ରିପୋର୍ଟ ଅନୁଯାୟୀ, ସରିଫ କହିଛନ୍ତି ଯେ ଯେତେବେଳେ ଭାରତ-ସମର୍ଥିତ ଆତଙ୍କବାଦୀ ଇସଲାମାବାଦରେ ଆକ୍ରମଣ କରିଥିଲେ, ସେହି ସମୟରେ ଆଫଗାନିସ୍ତାନ ଅଞ୍ଚଳରୁ କାର୍ଯ୍ୟ କରୁଥିବା ସମାନ ନେଟୱାର୍କ ୱାନାରେ ନିରୀହ ପିଲାମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲା। "ଭାରତୀୟ ପୃଷ୍ଠପୋଷକତାରେ ଆଫଗାନିସ୍ତାନ ମାଟିରୁ ଏହି ଆକ୍ରମଣ କରାଯାଉଥିବା ପାଇଁ ଯେତେବ ନିନ୍ଦା କଲେ ବି ଯଥେଷ୍ଟ ହେ ନାହିଁ ବୋଲି ସରିଫ କହିଛନ୍ତି।