ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶ ପୁଲିସ ୨ ଜଣ ଲୋକଙ୍କ ଆତ୍ମହତ୍ୟା ମାମଲାରେ ଇଟାନଗର ରାଜଧାନୀ ଅଞ୍ଚଳର ପୂର୍ବତନ ଡେପୁଟି କମିଶନର ଟି. ପୋଟୋମଙ୍କୁ ଗିରଫ କରିଛି। ପାପୁମ ପାରେ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ନୀଲମ ନେଗା କହିଛନ୍ତି , ଦିଲ୍ଲୀ ସରକାରଙ୍କ ସ୍ୱତନ୍ତ୍ର ସଚିବ ପୋଟୋମ ଆଜି ସକାଳେ ନିରଜୁଲି ପୋଲିସ ଷ୍ଟେସନରେ ଆତ୍ମ ଆତ୍ମସମର୍ପଣ କରିଥିଲେ ଏବଂ ତାଙ୍କୁ ଆନୁଷ୍ଠାନିକ ଭାବରେ ଗିରଫ କରାଯାଇ ଥିଲା। ଗୁରୁବାର ମାମଲା ସାମ୍ନାକୁ ଆସିବା ପରଠାରୁ ସେ ନିଖୋଜ ଥିଲେ, ଯାହା ପରେ ପୋଲିସ ତାଙ୍କ ବିରୁଦ୍ଧରେ ଲୁକଆଉଟ୍ ନୋଟିସ ଜାରି କରିଥିଲା।

ପୋଟମ୍ ଭାରତୀୟ ଦଣ୍ଡ ସଂହିତା (BNS) ୨୦୨୩ର ଅନେକ ଧାରା ଅନୁଯାୟୀ ପଞ୍ଜିକୃତ ଏକ ମାମଲାରେ ୱାଣ୍ଟେଡ୍, ଯେଉଁଥ୍‌ରେ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହିତ କରିବା ଏବଂ ଅପରାଧିକ ଅସଦାଚରଣ ଅଭିଯୋଗ ଅନ୍ତର୍ଭୁକ୍ତ। ଏହି ମାମଲା ଜଣେ ଯୁବ ମଲ୍ଟି-ଟାସ୍କିଂ ଷ୍ଟାଫ୍ (MTS) ଗୋମଚୁ ୟେକରଙ୍କ ମୃତ୍ୟୁ ସହ ସମ୍ୱନ୍ଧିତ, ଯିଏ ଅକ୍ଟୋବର ୨୩ ତାରିଖରେ ନିରଜୁଲିର ଲେଖି ଗ୍ରାମସ୍ଥିତ ତାଙ୍କ ଭଡା ଘରେ ଆତ୍ମହତ୍ୟା କରିଥିଲେ।

ଘଟଣାସ୍ଥଳରୁ ମିଳିଥିବା ଏକ ହାତଲେଖା ନୋଟ୍‌ରେ ୨ ଜଣ ସିନିୟର ଅଧିକାରୀ ପୋଟୋମ ଓ ଗ୍ରାମୀଣ ନିର୍ମାଣ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଲିକୱାଙ୍ଗ ଲୋୱାଙ୍ଗଙ୍କ ଦ୍ୱାରା ନିର୍ଯାତନା ଏବଂ ବଳପୂର୍ବକ ବ୍ୟବହାର କରାଯାଇଥିବା ଅଭିଯୋଗ କରାଯାଇଛି। ପୁଲିସ କହିଛି ଯେ, ଲୋୱାଙ୍ଗ ମଧ୍ୟ ସେହି ଦିନ ଲୋଙ୍ଗଡିଙ୍ଗ ଜିଲ୍ଲାରେ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିଲେ। ପୁଲିସ ପ୍ରଥମେ ନିରଜୁଲି ପୁଲିସ ଷ୍ଟେସନରେ BNSର ଧାରା ୧୯୪ ଅନୁସାରେ ଅପ୍ରାକୃତିକ ମୃତ୍ୟୁ ମାମଲା ରୁଜୁ କରିଥିଲା। ପରେ ପରିବାର ଦାବି କରିଥିଲା ଯେ, ଅନେକ ସୁଇସାଇଡ ନୋଟ୍ ଉଦ୍ଧାର କରାଯାଇ ଥିଲା, ଯେଉଁଥିରେ ୟେକର ଦୁଇ ଅଧିକାରୀଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ କରିଥିଲେ।

ସୁଇସାଇଡ୍‌ ନୋଟ୍‌ରେ ୟେକର ଅଭିଯୋଗ କରିଛନ୍ତି ଯେ , ଦୀର୍ଘ ସମୟ ଧରି ତାଙ୍କର ଯୌନ ଶୋଷଣ ଏବଂ ଅତ୍ୟାଚାର କରାଯାଇ ଥିଲା।ସେ ଦାବି କରିଛନ୍ତି ଯେ, ଦୀର୍ଘ ସମୟ ଧରି ଅପମାନ, ଚାପ ଏବଂ ଧମକ ଯୋଗୁଁ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇ ଥିଲା। ନୋଟ୍‌ରେ ଅନ୍ତରଙ୍ଗ ସଂପର୍କ , ହେରଫେର ସମେତ ବିଭିନ୍ନ ଅଭିଯୋଗ କରାଯାଇଥିଲା । ନୋଟ୍‌ରେ ଲେଖିଥିଲେ ଯେ, ତାଙ୍କୁ HIV ହୋଇ ଯାଇଥିଲା ଏବଂ ଜଣେ ଅଧିକାରୀ ତାଙ୍କୁ ତାଙ୍କର ସେହି ଅବସ୍ଥାରେ ଛାଡ଼ି ଦେଇଥିଲେ। ବ୍ଲାକମେଲ୍‌ କରିଥିଲେ।

ୟେକର ଦାବି କରିଛନ୍ତି ଯେ, ତାଙ୍କୁ କୋଟି ଟଙ୍କାର ଆର୍ଥିକ ସହାୟତା ଦେବାକୁ ପ୍ରତିଶ୍ରୁତି ଦିଆ ଯାଇଥିଲା, ଯାହା ପରେ ପୂରଣ ହୋଇ ନଥିଲା। ସେ କହିଛନ୍ତି, ଯଦି ମୁଁ ମରିଯାଏ, ତେବେ ଏହା ତାଙ୍କ (ପୋମ୍) ଯୋଗୁଁ ହେବ। ଦୟାକରି ମୋତେ ନ୍ୟାୟ ଦିଅନ୍ତୁ