News7 Logo

ଆମେରିକା ଟାରିଫ୍‌ରେ ପ୍ରଭାବିତଙ୍କ ପାଇଁ ଘୋଷଣା ହେବ ସ୍ୱତନ୍ତ୍ର ପ୍ୟାକେଜ, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ଼ ସୂଚନା

NEWS7
sitaraman

ନୂଆଦିଲ୍ଲୀ: ଆମେରିକା ଟାରିଫ୍‌ରେ ପ୍ରଭାବିତ ରପ୍ତାନକାରୀଙ୍କ ପାଇଁ ଖୁବଶୀଘ୍ର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯିବ । କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ଟ୍ରମ୍ପଙ୍କ ୫୦ ପ୍ରତିଶତ ଟାରିଫ୍ ଯୋଗୁ ଭାରତର ରପ୍ତାନୀ କ୍ଷେତ୍ର ପ୍ରଭାବିତ ହୋଇଛି । ଗତ ମାସରେ ରାଷ୍ଟ୍ରପତି ଟ୍ରମ୍ପ ଭାରତୀୟ ସାମଗ୍ରୀ ଉପରେ ଅତିରିକ୍ତ ଶୁଳ୍କ ଲଗାଇଥିଲେ । ଏହା ବ୍ୟତୀତ ରୁଷଠାରୁ ତେଲ କିଣିବା ଉପରେ ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍ ଲଗାଇଥିଲେ ।

ଅର୍ଥ ମନ୍ତ୍ରୀ କହିଛନ୍ତି, ଏହି ପ୍ୟାକେଜ ଶୁଳ୍କ ଦ୍ୱାରା ପ୍ରଭାବିତ ଉଦ୍ୟୋଗକୁ ସାହାଯ୍ୟ କରିବ । ଏକ ସାକ୍ଷତକାରରେ ସୀତାରମଣ କହିଛନ୍ତି, ସରକାର ସେହି ଲୋକଙ୍କ ପାଇଁ କିଛି ବଡ଼ ନିଷ୍ପତ୍ତି ନେବେ, ଯେଉଁମାନେ ୫୦ ପ୍ରତିଶତ ଟାରିଫ୍ ଯୋଗୁ ପ୍ରଭାବିତ ହୋଇଛନ୍ତି । ତେବେ ସେ ଏହି ବାବଦରେ ବିସ୍ତୃତରେ କୌଣସି ସୂଚନା ଦେଇନାହାନ୍ତି । ଟାରିଫ୍ ପାଇଁ ସୃଷ୍ଟି ହୋଇଥିବା ଆହ୍ୱାନର ମୁକାବିଲା ଲାଗି ସରକାର ଏକ ବ୍ୟାପକ ରପ୍ତାନୀ ସହାୟତା ରଣନୀତିକୁ ଚୂଡ଼ାନ୍ତ ରୂପ ଦେଉଥିବା କିଛି ଦିନ ପୂର୍ବେ ସରକାର ଅଧିକାର ସୂଚନା ଦେଇଥିଲେ ।

ରିପୋର୍ଟରେ କୁହାଯାଇଥିଲା ଯେ, ୱାର୍କିଂ କ୍ୟାପିଟାଲର ଚାପକୁ ରୋକିବା ଓ ରୋଗଜାର ସୁରକ୍ଷିତ ରଖିବା ପାଇଁ ସରକାର ଲିକ୍ୱିଡିଟିକୁ ସରଳ କରିବା, ଦେବାଳିଆ ସ୍ଥିତିକୁ ରୋକିବା ଓ ରପ୍ତାନକାରୀଙ୍କୁ ନୂଆ ବଜାରରେ ପ୍ରବେଶ କରାଇବା ପରି ଅନେକ ଦିଗ ଉପରେ ବିଚାର କରୁଛନ୍ତି । ଅଧିକାରୀମାନେ କହିଛନ୍ତି ଯେ ସରକାର ବଜାରରେ ବିବିଧିକରଣ ଓ ଯୋଗାଣ ଶୃଙ୍ଖଳାକୁ ଏକୀକରଣ କରିବା ପାଇଁ ମଧ୍ୟମ ଓ ଦୀର୍ଘକାଳୀନ ରଣନୀତି ଉପରେ କାମ କରି ଉପାୟ ବାହାର କରୁଛନ୍ତି ।