LIVE TV

ଖୋଲିଲା ଗେଟ୍, ଭଟ୍ଟାରିକାଙ୍କ ମନ୍ଦିରକୁ ଛୁଇଁଲା ମହାନଦୀର ବନ୍ୟାଜଳ

NEWS7
bhatarika

ଆଠଗଡ ୨୬/୦୯: ଭଟ୍ଟାରିକାଙ୍କ ମନ୍ଦିରକୁ ଛୁଇଁଲା ମହାନଦୀର ବନ୍ୟାଜଳ । ବଡମ୍ବା ଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ଭଟ୍ଟାରିକାଙ୍କ ମନ୍ଦିର ପାଦଦେଶକୁ ଛୁଇଁଲା ମହାନଦୀର ବନ୍ୟାଜଳ । ହୀରାକୁଦ ଜଳଭଣ୍ଡାରରେ ୨୦ଟି ଗୋଟ ଖୋଲାଯିବାରୁ ମନ୍ଦିର ବେଢାରେ ବନ୍ୟାଜଳ ପ୍ରବେଶ କରିଛି । ଷୋଡ଼ଶ ଉପଚାର ପୂଜା ଚାଲିଥିବା ବେଳେ ପୂଜକ ସମିତି ଓ ଦେବତ୍ତର ବିଭାଗ ପକ୍ଷରୁ ସଜାଗ ଥିବା ବେଳେ ସମସ୍ତ ନିତିକାନ୍ତି ସୂଚାରୁ ରୁପେ ଚାଲିଛି ।

 

ମନ୍ଦିର ପାହାଚକୁ ପାଣି ଛୁଇଁଥିବା ବେଳେ ଆଉ ୨ ଫୁଟ ବଢ଼ିଲେ ମନ୍ଦିର ଭିତରକୁ ପାଣି ପ୍ରବେଶ କରିବ। ଏହାକୁ ଦୃଷ୍ଟିରେ ରଖି ବଡ଼ମ୍ବା ତହସିଲଦାରଙ୍କ ପକ୍ଷରୁ କଟକଣା ଲଗାଯାଇଛି । ଭଟ୍ଟାରିକା ନଦୀ ଘାଟରେ ସାଧାରଣ ଲୋକଙ୍କୁ ସ୍ନାନ ପାଇଁ କଟକଣା ଲଗାଯାଇଥିବା ବେଳେ, ଅଗ୍ନିଶମ ବାହିନୀ ODRF ବାହୀନି ମୃତାୟନ ଅଛନ୍ତି । ପାଣି ଯଦି ମନ୍ଦିର ଭିତରକୁ ପଶେ, ତେବେ ମାଙ୍କୁ ଅସ୍ଥାୟୀ ମନ୍ଦିରକୁ ସ୍ଥାନାନ୍ତର କରାଯିବ ।