News7 Logo

ପଞ୍ଜାବରେ ବଢୁଛି ବନ୍ୟା ମୃତ୍ୟୁ ସଂଖ୍ୟା, ଜଳପ୍ରଳୟରେ ଏପର୍ଯ୍ୟନ୍ତ ୪୬ ମୃତ, ୧.୭୪ଲକ୍ଷ ହେକ୍ଟର ଫସଲ ନଷ୍ଟ

NEWS7
Punjab Flood

ଚଣ୍ଡିଗଡ଼ ୬।୯: ପଞ୍ଜାବରେ ବନ୍ୟା ଯୋଗୁ ମୃତ୍ୟୁ ସଂଖ୍ୟା ଶନିବାର ୪୬କୁ ପହଞ୍ଚିଛି। ସେହିପରି ପଠାନକୋଟରେ ନିଖୋଜ ୩ ଜଣଙ୍କ ଏପର୍ଯ୍ୟନ୍ତ ପତା ମିଳୁ ନାହିଁ। ବନ୍ୟାରେ ଏଯାଏଁ ଅମୃତସରରେ ୭, ବର୍ଣ୍ଣାଲାରେ ୫, ବଠିଣ୍ଡାରେ ୪, ହୋସିୟାରପୁରରେ ୭, ଗୁରଦାସପୁରରେ ୨, ଲୁଧିୟାନାରେ ୪, ପଠାନକୋଟରେ ୬, ମନସା ରେ ୩, ରୂପନଗର ଓ ମୋହାଲୀରେ୨ ଜଣ ଲେଖାଏଁ ପ୍ରାଣ ହରାଇଥିବା ବେଳେ ଫାଜିଲକା, ଫିରୋଜପୁର, ପାଟିୟାଲା ଓ ସଙ୍ଗରୁରରେ ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ଆସୁଛି।

ସେହିପରି ଚାଷୀଙ୍କ ଫସଲ ବନ୍ୟା ପାଣିରେ ବୁଡି ରହିଛି। ପାଣିରେ ବୁଡି ନଷ୍ଟ ହୋଇଥିବା ଫସଲ ରକବା ୧,୭୪,୪୫୪ ହେକ୍ଟରକୁ ପହଞ୍ଚିଲାଣି। ଫାଜିଲକା, କପୁରଥଲା, ମନସା, ଫିରୋଜପୁର, ଗୁରଦାସପୁର ଓ ତରନତାରନରେ ସବୁଠୁ ଅଧିକ ଫସଲ ହାନୀ ହୋଇଥିବାର ରିପୋର୍ଟ ଅସୁଛି। ପଞ୍ଜାବର ବନ୍ୟା ପରିସ୍ଥିତିକୁ ନଜରରେ ରଖି ରିଲିଫ ଓ ଉଦ୍ଧାର ପରିଚାଳନା ନିମନ୍ତେ ସେନା ପ୍ଲାଟୁନ ସଂଖ୍ୟା ୨୪ରୁ ୨୭କୁ ବଢାଇ ଦିଆଯାଇଛି। ଏହା ଛଡା ଏନଡିଆରଏଫର ୨୩ ଓ ଏସଡିଆରଏଫର ୨ଟି ଟିମ୍ ଲୋକଙ୍କ ସହାୟତାରେ ନିୟୋଜିତ ଅଛନ୍ତି।

ପଞ୍ଜାବ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ୧୩୯ଟି ରିଲିଫ କେନ୍ଦ୍ର ସ୍ଥାପନ ହୋଇଛି। ଏହି ସବୁ ରିଲିଫ କେନ୍ଦ୍ରମାନଙ୍କରେ ୬,୧୨୧ ଜଣଙ୍କୁ ଶରଣ ଦିଆଯାଇଛି। ଏବେ ରାଜ୍ୟର ୧,୯୯୬ ଗାଁ ଓ ୩,୮୭,୦୧୩ ଲୋକେ ସିଧାବନ୍ୟାର ସମ୍ମୁଖୀନ ହୋଇଛନ୍ତି। ଅର୍ଥମନ୍ତ୍ରୀ ହରପାଲ ସିଂହ ଚିମାଙ୍କ ଅନୁସାରେ  ପଞ୍ଜାବ ସରକାର ନିଜ ସଂସାଧନ ବଳରେ ଲୋକଙ୍କୁ ଯଥା ସମ୍ଭବ ରିଲିଫ ଯୋଗାଇ ଦେଉଛନ୍ତି। ଏଥିରେ ଯଦି କେନ୍ଦ୍ର ସରକାର ବିଶେଷ ରିଲିଫ ପ୍ୟାକେଜ ଘୋଷଣା କରନ୍ତି ଓ କେନ୍ଦ୍ର ଉପରେ ରାଜ୍ୟର ଥିବା ବକେୟା ରାଶି ଜାରି କରନ୍ତି ତେବେ ପରିସ୍ଥିତିକୁ ନିୟନ୍ତ୍ରିତ କରାଯାଇ ପାରିବ ବୋଲି କହିଛନ୍ତି।