LIVE TV

ଏହି ଦେଶରେ ପ୍ରଥମେ ଜାରି ହୋଇଥିଲା ପ୍ଲାଷ୍ଟିକ୍ ନୋଟ୍, ଜାଣନ୍ତୁ ଏହାର ନାଁ

NEWS7
currency

​​​​​​​ନୂଆଦିଲ୍ଲୀ ୧୨।୧୦: ନୋଟକୁ ନେଇ ଦୁନିଆର ଅନେକ ଦେଶରେ ରହିଛି ଭିନ୍ନ-ଭିନ୍ନ ନିୟମ । ପ୍ରତି ଦେଶରେ ଏପରି ଏକ ବ୍ୟାଙ୍କ ରହିଛି ଯାହା ନୋଟକୁ କରିଥାଏ କଣ୍ଟ୍ରୋଲ । କିନ୍ତୁ ଦୁନିଆରେ ଏପରି ଏକ ଦେଶ ରହିଛି ଯିଏକି ସବୁଠାରୁ ପ୍ରଥମେ ପ୍ଲାଷ୍ଟିକ ନୋଟ ଜାରି କରି ସାରା ବିଶ୍ବକୁ କରିଥିଲା ଚକିତ । ଏହାକୁ କୁହାଯାଏ ପଲିମର କରେନ୍ସି  ବା ପଲିମର ନୋଟ୍ ।

 ଏହି ଦେଶ ହେଉଛି ଅଷ୍ଟ୍ରେଲିଆ । ୧୯୮୮ ମସିହାରେ ପ୍ଲାଷ୍ଟିକ୍ ନୋଟ୍ ଜାରି କରିଥିଲା । ଏହି ନୋଟ୍କୁ ରୟାଲ ବ୍ୟାଙ୍କ ଅଫ୍ ଅଷ୍ଟ୍ରେଲିଆ ଜାରି କରିଥିଲା । ୧୦ ଡଲାରର ଏହି ପ୍ଲାଷ୍ଟିକ୍ ନୋଟ୍ରେ ଅଷ୍ଟ୍ରେଲିଆର ୨୦୦ ବର୍ଷ ପୁରୁଣା ଉତ୍ସବର ଝଲକ ଦେଖିବାକୁ ମିଳିଥାଏ । ତେବେ ଏହାକୁ ଜାରି କରିବାର ଅନେକ କାରଣ ରହିଛି । ଦାବି କରାଯାଇଛି କି ଏହି ପ୍ଲାଷ୍ଟିକ ନୋଟ୍ ଅଧିକ ମଜବୁତ ହୋଇଥାଏ । ଏହା ସଫା ସୁତୁରା ରହିଥାଏ ଏବଂ ଏହାର ନକଲି ନୋଟ୍ ତିଆରି କଷ୍ଟକର ।

କାଗଜ ନୋଟ ତୁଳନାରେ ଏହି ନୋଟର ଜୀବନକାଳ ଅଢେଇରୁ ୪ ଗୁଣା ଅଧିକ ହୋଇଥାଏ । ଏହାପରେ ଅନେକ ଦେଶ ପ୍ଲାଷ୍ଟିକ୍ ନୋଟ୍ ଜାରି କରିଥିଲେ । ଅଷ୍ଟ୍ରେଲିଆ ପରେ କାନାଡା, ୟୁକେ, ନାଇଜେରିଆ, ଭିଏତନାମ ଏବଂ ରୋମାନିଆ ପରି ଦେଶ ପଲିମର ନୋଟ୍ ତିଆରି ଏବଂ ଜାରି କରିଥିଲେ ।