LIVE TV

ଜିଆଁକଟା ଗାଁରେ ଅଘଟଣ : ବାଣ ବିସ୍ଫୋରଣରେ ଜଣେ ମୃତ, ଅନେକ ଆହତ

NEWS7
fire

ବୌଦ୍ଧ ୨୧।୦୯ : ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଜିଆଁକଟା ଗାଁରେ ଅଘଟଣ । ବାଣ ଗୋଦାମରେ ଭୟଙ୍କର ବିସ୍ପୋରଣ । ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଥିବା ଜଣାପଡିଛି । ଏପରିକି ଅନେକ ଲୋକ କାନ୍ଥ ତଳେ ଚାପି ରହିଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଜିଆଁକଟା ଗାଁରେ ବାଣ ଭିଡ଼ା ଚାଲିଥିଲା । ଏହି ସମୟରେ କୌଣସି କାରଣବଶତଃ ବାଣ ବିସ୍ଫୋରଣ ହୋଇଥିଲା । ଯାହାଫଳରେ ଘରଟି ପୁରା ଭାଙ୍ଗି ଯାଇଛି । ଏପିରିକି ଏତେ ବଡ଼ ଅଘଟଣରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । କିଛି ଲୋକ ମାଟି ତଳେ ଚାପି ହୋଇଥିବା ମଧ୍ୟ ସନ୍ଦେହ କରାଯାଉଛି ।

ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଏହାସହିତ ଗୁରୁତରମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ସଂପର୍କରେ କୌଣସି ସୂଚନା ମିଳିନାହିଁ । ​​​​​​​