ବ୍ରହ୍ମପୁର: ଏମକେସିଜିର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅଗ୍ନିକାଣ୍ଡ। ବିଭାଗର ଦୁଇ ନମ୍ବର କୋଠାରେ ଲାଗିଲା ନିଆଁ । ଏହି ମହଲାରେ ଥିବା ଅପରେସନ ଥିଏଟରର ନିଶ୍ଚେତକ ବିଭାଗରେ ଅଗ୍ନିକାଣ୍ଡ ହୋଇଛି। ଅବଶ୍ୟ ଏକ ବଡ଼ ଅଘଟଣ ପୂର୍ବରୁ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଏସିରେ ବିଦ୍ୟୁତ ସଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ହୋଇଥିବା କୁହାଯାଉଛି।

ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସୂଚନା ଅନୁସାରେ, ଏହି ଅଗ୍ନିକାଣ୍ଡରେ କୌଣସି ବିଶେଷ କ୍ଷୟକ୍ଷତି ହୋଇନାହିଁ। ଓଟିରେ ମଧ୍ୟ କେହି ରୋଗୀ ନଥିଲେ । ଫଳରେ ସୌଭାଗ୍ୟବଶତଃ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । ତଥାପି ଅନ୍ୟ କୋଠାରେ ଥିବା ରୋଗୀଙ୍କ ସମ୍ପର୍କୀୟମାନେ ଭୟଭୀତ ହୋଇଯାଇଥିଲେ ବୋଲି କହିଛନ୍ତି ଅଗ୍ନିଶମ କର୍ମଚାରୀ।

Also Read: ବିଦ୍ୟୁତ ଆଘାତ ନେଲା ଦୁଇ ଜୀବନ, ଖେଳୁଥିବା ଘରେ କରେଣ୍ଟ ଲାଗି ୩ ବର୍ଷର ଶିଶୁ ମୃତ