Telegramରେ ଆଉ ମିଳିବନି ପାଇରେଟେଡ୍ କଣ୍ଟେଣ୍ଟ, ଜଲଦି ହଟାଇବାକୁ ସରକାରଙ୍କ ନିର୍ଦ୍ଦେଶ

NEWS7
fire-break-in-gazapati-israel

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଟେଲିଗ୍ରାମକୁ କେନ୍ଦ୍ର ସରକାର ନୋଟିସ୍ କରିଛନ୍ତି । ଟେଲିଗ୍ରାମରେ ଉବଲବ୍ଧ ପାଇରେଟେଡ୍ କଣ୍ଟେଣ୍ଟ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ OTT ପ୍ଲାଟଫର୍ମର ଅଭିଯୋଗ ପରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଟେଲିଗ୍ରାମକୁ ନୋଟିସ ପଠାଇଛି । ଜିଓସିନେମା ଏବଂ ଆମାଜନ ପ୍ରାଇମ୍ ଭିଡିଓ ସମେତ ଅନେକ ଓଟିଟି ପ୍ଲାଟଫର୍ମର ଅଭିଯୋଗ ପରେ ଏହି ପଦକ୍ଷେପ ନିଆଯାଇଛି ।

୩ ହଜାରରୁ ଅଧିକ ଚ୍ୟାନେଲ ଚିହ୍ନଟ
ଟେଲିଗ୍ରାମ ଚ୍ୟାନେଲ ମାଧ୍ୟମରେ କପିରାଇଟ୍ ସଂରକ୍ଷିତ ଫିଲ୍ମ ଏବଂ ୱେବ୍ ସିରିଜ ପ୍ରସାରିତ ହେଉଥିବା ନେଇ ଅଭିଯୋଗ ହୋଇଥିଲା। ପ୍ଲାଟଫର୍ମଗୁଡ଼ିକ ସରକାରଙ୍କ ନିକଟରେ ଏହି ସମସ୍ୟାର ସମାଧାନ କରିବାକୁ ଦାବି କରିଥିଲେ । ବିଭିନ୍ନ ଓଟିଟି ପ୍ଲାଟଫର୍ମର କଣ୍ଟେଣ୍ଟ ଟେଲିଗ୍ରମରେ ସେୟାର କରାଯାଇଛି । ଅଭିଯୋଗଗୁଡ଼ିକର ସମୀକ୍ଷା କରିବା ପରେ ୩୧୪୨ ଟି ଟେଲିଗ୍ରାମ ଚ୍ୟାନେଲକୁ ଚିହ୍ନଟ କରାଯାଇଛି । ଏହି ସବୁ ଚ୍ୟାନେଲ୍ ପାଇରେଟେଡ୍ ସାମଗ୍ରୀ ବଣ୍ଟନରେ ସମ୍ପୃକ୍ତ ଅଛନ୍ତି। ଚ୍ୟାନେଲଗୁଡ଼ିକ ପ୍ରାୟ ୧୧୬୬ଟି ଟାଇଟଲ୍ ସହିତ ଲିଙ୍କ୍ ହୋଇଥିବା ଫିଲ୍ମ ଏବଂ OTT ବିଷୟବସ୍ତୁ ସେୟାର କରିଛନ୍ତି ।

ଅଧିକ ପଢ଼ନ୍ତୁ: ଏଲପିଜି ଖର୍ଚ୍ଚ କମାଇବାକୁ ସରକାରଙ୍କ ପରାମର୍ଶ, ଖାଦ୍ୟ ଫୁଟିଆସିଲେ କମାଇ ଦିଅନ୍ତୁ ଆଞ୍ଚ

୩ ଘଣ୍ଟାର ମହଲତ
ସରକାର ଏବେ ଟେଲିଗ୍ରାମକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ତୁରନ୍ତ ପାଇରେଟେଡ୍ କଣ୍ଟେଣ୍ଟ ହଟାଇବାକୁ Telegramକୁ କୁହାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ମାର୍ଚ୍ଚ ୧୧ ତାରିଖରେ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, କିଛି ଟେଲିଗ୍ରାମ ଚ୍ୟାନେଲ୍ ବିନା ଅନୁମତିରେ ପ୍ରଯୋଜକ ଏବଂ OTT ପ୍ଲାଟଫର୍ମର ଲାଇସେନ୍ସପ୍ରାପ୍ତ ବିଷୟବସ୍ତୁ ସେୟାର କରିଛନ୍ତି । ଏହା କପିରାଇଟ୍ ଆଇନ, ୧୯୫୭ର ଉଲ୍ଲଂଘନ କରୁଛି । ୩ ଘଣ୍ଟା ମଧ୍ୟରେ ସଂପୃକ୍ତ ଚ୍ୟାନେଲ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ କଣ୍ଟେଣ୍ଟ ହଟାଇବାକୁ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଟେଲିଗ୍ରାମକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

ଏମାନେ କରିଥିଲେ ଅଭିଯୋଗ
Amazon Prime Video, SonyLiv, Jio Hotstar ଏବଂ ShemarooMe ଭଳି OTT ପ୍ଲାଟଫର୍ମର କଣ୍ଟେଣ୍ଟ ଟେଲିଗ୍ରାମରେ ଉପଲବ୍ଧ ହୋଇଛି । ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ ଏବଂ ୱେବ୍ ସିରିଜ୍ ଠାରୁ ଆରମ୍ଭ କରି KukuFM ଭଳି ଅଡିଓ ପ୍ଲାଟଫର୍ମର ବିଷୟବସ୍ତୁ ମଧ୍ୟ ସେୟାର କରାଯାଇଛି ।

ଟେଲିଗ୍ରାମରୁ ହଟିବ ଏହି ସବୁ ଫିଲ୍ମ/ ଓ୍ବେବ ସିରିଜ୍‌

କେଜିଏଫ-ଚାପ୍ଟର ୨

୧୨୦ ବାହାଦୂର

ଟୁ ମଚ୍‌

ପରମ ସୂନ୍ଦରୀ

କାନ୍ତାରା- ଚାପ୍ଟର ୧

ଭୁଲ୍ ଚୁକ୍ ମାଫ୍, ଇତ୍ୟାଦି

ସୂଚନାଯୋଗ୍ୟ, ପାଇରେଟେଡ୍ କଣ୍ଟେଣ୍ଟ ଦେଖିବାରେ ଭାରତୀୟ ବହୁତ ଆଗରେ । MUSO ଦ୍ୱାରା ପ୍ରକାଶିତ ପାଇରେସି ଟ୍ରେଣ୍ଡ୍ସ ଏବଂ ଇନସାଇଟ୍ ରିପୋର୍ଟ ୨୦୨୪ ଅନୁଯାୟୀ, ବିଶ୍ବରେ ହେଉଥିବା ପାଇରେସିର ପ୍ରାୟ ୮.୧୨% ଟ୍ରାଫିକ ଭାରତରୁ ଆସୁଛି । ଭାରତରେ ପାଇରେଟେଡ୍ ୱେବସାଇଟକୁ ପ୍ରାୟ ୧୭୫୬ କୋଟି ଭିଜିଟ୍ ହୋଇଥାଏ ବୋଲି ଜଣାପଡ଼ିଛି ।