ନୂଆପଡ଼ା:  ଛତିଶଗଡ ଗରିଆବନ୍ଧ ଏସପିଙ୍କ ପାଖରେ ଆତ୍ମ ସମର୍ପଣ କଲେ ମହିଳା ମାଓବାଦୀ। ତାଙ୍କ ନାଁ ଝାନ୍ସୀ ଓରଫ ବାଛେଲା ମଟାମି ହୋଇଥିବା ବେଳେ ସେ ରାଜସ୍ଥାନର ବୋଲି ଜଣା ପଡିଛି। ସେ ନଗର ଏରିଆ କମିଟି ସଚିବ ଭାରେ କାମ କରୁଥିବା ବେଳେ ତାଙ୍କ ମୁଣ୍ଡ ଉପରେ ଥିଲା ୮ ଲକ୍ଷ ପୁରସ୍କାର। ୨୦୫ରେ ପ୍ରଥମେ ମିଳିସିଆ ଭାବରେ ମାଓ ସଂଗଠନ ରେ ଯୋଗ ଦେଇ ୨୦୧୧ ଅକ୍ଟୋବର ୩୧ରେ ବିବାହ ଓ ପରେ ୨୦୧୪ ରେ ଛତିଶଗଡ ଗରିଆବନ୍ଧ ଜିଲ୍ଲା ମେନପୁର ଅଞ୍ଚଳରେ ଏସିଏମ ଭାବରେ ଯୋଗ ଦେଇଥିଲେ। ପରେ ଡେପୁଟି କମାଣ୍ଡର ଓ କମାଣ୍ଡର ପରେ ସଚିବ ହୋଇ କାମ କରୁଥିଲେ।

ଗତବର୍ଷ ବାଗଡିଗୀ ଜଙ୍ଗଲରେ ତାଙ୍କ ସ୍ୱାମୀ ସତ୍ୟମ ଗାଡେ ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହେବା ପରେ ସେ ଆତ୍ମ ସମର୍ପଣ କରିବା ନେଇ ଚିନ୍ତା କରିଥିଲେ। ମାଓ ସଂଗଠନ ରେ ମିଳିଥିବା ନିର୍ଯାତନା, ସାଧାରଣ ଲୋକଙ୍କୁ ଜୋର ଜବରଦସ୍ତି ସଂଗଠନରେ ପୁରାଇବା, ଠିକାଦାରଙ୍କ ଠାରୁ ବେଆଇନ ଚାନ୍ଦା ଆଦାୟ ଭଳି ଅନେକ ମାଓ କାର୍ଯ୍ୟ କଳାପରେ ଅସନ୍ତୁଷ୍ଟ ଥିଲେ। ସରକାରଙ୍କ ଆତ୍ମ ସମର୍ପଣ ଓ ପୁନର୍ବାସ ନୀତି ପାଇଁ ଆଜି ଆତ୍ମ ସମର୍ପଣ କରିଥିବା କହିଛନ୍ତି ଝାନ୍ସୀ। ଯାହାକୁ ଗରିଆବନ୍ଧ ଏସପି ରାଖେଚା ସୂଚନା ଦେଇଥିବା ବେଳେ ଅନ୍ୟ ମାଓବାଦୀ ମାନଙ୍କୁ ମଧ୍ୟ ଆତ୍ମ ସମର୍ପଣ କରିବା ପାଇଁ ଆହ୍ୱାନ କରିଛନ୍ତି।