LIVE TV

ଫାରୁକ ଅବଦୁଲ୍ଲା ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

NEWS7
farooq Abdullah

ଶ୍ରୀନଗର ୪।୧୦: ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲାଙ୍କୁ ଶନିବାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାର୍ଟି ନେତାଙ୍କ ଅନୁସାରେ ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ, ଏଥି ପାଇଁ ତାଙ୍କୁ ଆଜି ଚିକିତ୍ସା ନିମନ୍ତେ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୮୭ ବର୍ଷ ବୟଷ୍କ ଅବଦୁଲ୍ଲାଙ୍କୁ ଚଳିତ ସପ୍ତାହରେ ପେଟରେ ସଂକ୍ରମଣ କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟରେ ଏବେ ସୁଧାର ଦେଖାଯାଇଛି। ଏଣୁ ତାଙ୍କୁ ଦିନେ ଅଥବା ଦୁଇଦିନରେ ହସ୍ପିଟାଲରୁ ଛାଡି ଦିଆଯାଇପାରେ।

ଖରାପ ସ୍ୱାସ୍ଥ୍ୟ ସତ୍ତ୍ୱେ ଫାରୁକ ଅବଦୁଲ୍ଲା ରାଜନୈତିକ ମୋର୍ଚ୍ଚାରେ ବେଶ୍ ସକ୍ରିୟ ଅଛନ୍ତି। ନିକଟରେ ପହଲଗାମରେ ହୋଇଥିବା ଘାତକ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଜମ୍ମୁ-କାଶ୍ମୀରରେ ପର୍ଯ୍ୟଟନକୁ ପୁନର୍ଜୀବିତ କରିବା ଲାଗି ପ୍ରୟାସ କ୍ଷେତ୍ରରେ ତାଙ୍କ ପୁଅ ଓମାର ଅବଦୁଲ୍ଲାଙ୍କ ସରକାରର ଉଚ୍ଚ ପ୍ରଶଂସା କରିଥିଲେ। କେନ୍ଦ୍ର ଶାସିତ ପ୍ରଦେଶରେ ଅଧିକ ପର୍ଯ୍ୟଟନସ୍ଥଳ ପୁଣି ଖୋଲାଯିବାରୁ ଫାରୁକ ଅବଦୁଲ୍ଲା ପ୍ରଶଂସା କରିଥିଲେ।

ସେ ଚିନାବ ଓ ପୀରପଞ୍ଜାଲ ଭଳି କ୍ଷେତ୍ର ଉପରେ ମଧ୍ୟ ସମାନ ଧ୍ୟାନଦେବାର ଆବଶ୍ୟକତା ଥିବା କହିଥିଲେ। ଫାରୁକ ଅବଦୁଲ୍ଲା ବୟାନରେ କହିଥିଲେ ଯେ ଉମର ଅବଦୁଲ୍ଲାଙ୍କ ନେତୃତ୍ୱାଧୀନ ପ୍ରଶାସନ ପର୍ଯ୍ୟଟକଙ୍କ ବିଶ୍ୱାସ ଜିତିବାରେ ଦ୍ରୁତ ଓ ପ୍ରଭାବୀ ପ୍ରତିକ୍ରିୟା ଦେଇଛନ୍ତି। ଏଣୁ ଜମ୍ମୁ-କାଶ୍ମୀର ଏକ ସୁରକ୍ଷିତ ଓ ସ୍ୱାଗତଯୋଗ୍ୟ ଗନ୍ତବ୍ୟ ରୂପେ ପୁଣି ପ୍ରତିଷ୍ଠା ହାସଲ କରିପାରିଛି। ଏହି ଉଦ୍ୟମ ସ୍ଥାୟୀ ଏବଂ ଦୀର୍ଘକାଳୀନ ପର୍ଯ୍ୟଟନ ବିକାଶର ମଜଭୁତ ନିଅଁ ହେବ।