LIVE TV

ସ୍ବାମୀ-ସ୍ତ୍ରୀ ଚଳାଉଥିଲା ମଦ କାରବାର, ଘରୁ ଠାବ ହେଲା ନକଲି ବିଦେଶୀ ମଦ କାରଖାନା

NEWS7
Dhenkanal

କାମାକ୍ଷାନଗର ୧୦: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କନ୍ଦରସିଙ୍ଗା ଗାଁରୁ ନକଲି ବିଦେଶୀ ମଦ କାରଖାନା ଠାବ ହୋଇଛି । ପ୍ରାୟ ୩୦ ଲକ୍ଷ ଟଙ୍କାର ମଦ ତିଆରି ସାମଗ୍ରୀ ଓ ମେସିନ ଜବତ ହୋଇଛି । ମୋଟ୍ ୩୫୦ ଲିଟର ସ୍ପିରିଟ, ବିପୁଳ ବ୍ରାଣ୍ଡେଡ ନକଲି ବିଦେଶୀ ମଦ, କାରମେଲ, ଲେବୁଲ ଷ୍ଟିକର, କ୍ୟାପ ସହ ସାମଗ୍ରୀ ଜବତ କରିଛି ଅବକାରୀ ଟିମ୍ । ଏହି ଚଢାରେ ପରଜଙ୍ଗ କାମାକ୍ଷାନଗର ଓ ଭୁବନ ଅବକାରୀ ଟିମର ମିଳିତ ଚଢ଼ାଉ କରାଯାଇଥିଲା । ଏଥିରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଗିରଫ ମହିଳା ଜଣକ କନ୍ଦରସିଙ୍ଗା ଗାଁର ବୋଲି ଜଣାପଡିଛି । ମହିଳାଙ୍କ ସ୍ୱାମୀ ଫେରାର ମାରିଥିବା ସୂଚନା ରହିଛି

ତେବେ ଦୀର୍ଘ ଦିନ ଧରି ଏକ ଘର ଭିତରେ ବ୍ୟାପକ ପରିମାଣର ନକଲି ବିଦେଶୀ ବ୍ରାଣ୍ଡେଡ ମଦ ତିଆରି କରାଯାଉଥିବା ଅଭିଯୋଗ ହୋଇ ଆସୁଥିଲା । ଅବକାରୀ ବିଭାଗ ଶୁକ୍ରବାର ବିଳମ୍ବିତ ରାତିରେ ଅତର୍କିତ ଭାବେ ଗ୍ରାମରେ ମିଳିତ ଚଢାଉ କରିଥିଲେ । ଏହି ମଦ ଗୁଡିକ କେଉଁ ଅଞ୍ଚଳକୁ ଚାଲାଣ କରାଯାଉଥିଲା ତାହା ଅସ୍ପଷ୍ଟ ରହିଛି । ଫେରାର ଆସାମୀକୁ ଖୁବଶୀଘ୍ର ଧରାହେବା ପରେ ମଦ କାରଖାନାର ଗୁମର ଖୋଲିବ ବୋଲି ଅବକାରୀ ସୂତ୍ରରୁ ସୂଚନା ମିଳିଛି ।