ଇତିହାସ ରଚିଲେ RCB କ୍ୟାପଟେନ୍‌, ଦ୍ରୁତତମ ଅର୍ଦ୍ଧଶତକରେ ଦ୍ବିତୀୟ, ପାଓ୍ବାର୍‌ ପ୍ଲେରେ ଅଧିକ ରନ୍ କରିବାରେ ହେଲେ ପ୍ରଥମ

Published By : Prameya-News7 Bureau | May 05, 2024 IST

ନୂଆଦିଲ୍ଲୀ ୦୫।୦୫: ଆରସିବି କ୍ୟାପଟେନ୍‌ । ଆଇପିଏଲ୍‌ ୨୦୨୪ରେ କରିଛନ୍ତି ଦମ୍‌ଦାର୍ ପ୍ରଦର୍ଶନ । ତଥାପି ଟିମ୍‌ ସେତେଟା ଭଲ ପ୍ରଦର୍ଶନ କରିପାରିନି । ପ୍ରଥମେ ଡୁପ୍ଲେସିସ୍‌ଙ୍କ ବ୍ୟାଟ୍‌ ଧିମାଇ ଯାଇଥିବା ବେଳେ  ଏବେ ତାଙ୍କ ବ୍ୟାଟ୍‌ ଦମ୍‌ଦାର୍‌ ଫର୍ମରେ ରହିଛି । ଡୁପ୍ଲେସିସ୍‌ ଗୁଜୁରାଟ ବିପକ୍ଷ ବ୍ଲକ୍‌ବାଷ୍ଟର ମ୍ୟାଚ୍‌ରେ କରିଛନ୍ତି ଧମାଲ୍‌ । ଡୁପ୍ଲେସିସ୍‌ଙ୍କ ଅଧିନାୟିକତ୍ବରେ ରୟାଲ୍‌ ଚ୍ୟାଲେଞ୍ଜର ବାଙ୍ଗୋଲର୍‌ ଗୁଜୁରାଟ୍‌ ଟାଇଟନ୍ସକୁ ୪ ଓ୍ବିକେଟ୍‌ ହରାଇଛି । 

ଏହି ମ୍ୟାଚ୍‌ ଜିତି ଇତିହାସ ସୃଷ୍ଟି କରିଛନ୍ତି ସାଉଥ୍‌ ଆଫ୍ରିକା ପ୍ଲେୟର ଫାପ୍ ଡୁପ୍ଲେସିସ୍ । ଏହି ରେକର୍ଡ କରିବାରେ ଡୁପ୍ଲେସିସ୍‌ ହୋଇଛନ୍ତି ଆରସିବିର ପ୍ରଥମ ପ୍ଲେୟର । ଆରସିବି ବିଜୟର ହିରୋ ପାଲଟିଛନ୍ତି ଫାପ୍‌ ଡୁପ୍ଲେସିସ୍‌ । ଯିଏକି ୬୪ରନ୍‌ର ତୁଫାନୀ ପାରି ଖେଳିଛନ୍ତି । ଡୁପ୍ଲେସିସ୍ ଏହି ସମୟରେ ମାତ୍ର ୨୩ ବଲ୍‌ରେ ମାରିଛନ୍ତି ୧୦ ଚୌକା ସହ ୩ଟି ଛକା । ଏହାବ୍ୟତୀତ ଡୁପ୍ଲେସିସ୍‌ ୧୮ ବଲ୍‌ରେ ନିଜର ଅର୍ଦ୍ଧଶତକ ପୁରା କରିଛନ୍ତି । ଏହା ହେଉଛି ଆରସିବିର କୌଣସି ବ୍ୟାଟରଙ୍କ ଦ୍ବିତୀୟ ସବୁଠାରୁ ଦ୍ରୁତତମ ଅର୍ଦ୍ଧଶତକ । 

ଆରସିବି ପାଇଁ ସବୁଠାରୁ ଦ୍ରୁତତମ ଅର୍ଦ୍ଧଶତକ ୨୦୧୭ରେ କ୍ରିସ୍‌ ଗେଲ୍‌ ଲଗାଇଥିଲେ । ଏହି ମ୍ୟାଚ୍‌ ପୁନେ ଓ୍ବାରିୟର୍‌ ଏବଂ ବାଙ୍ଗୋଲର୍‌ ମଧ୍ୟରେ ଖେଳାଯାଇଥିଲା । ଯେଉଁଥିରେ କ୍ରିସ୍‌ ଗେଲ୍‌ ୧୭ ବଲ୍‌ରେ ଲଗାଇଥିଲେ ଅର୍ଦ୍ଧଶତକ । ଏହାପଛକୁ ଅର୍ଥାତ୍‌ ଦ୍ବିତୀୟ ସ୍ଥାନରେ ଅଛନ୍ତି ଫାପ୍‌ ଡୁପ୍ଲେସିସ୍ । ସେ ଏହି ରେକର୍ଡ ୨୦୨୪ ଆଇପିଏଲ୍‌ର ଗୁଜୁରାଟ୍‌ ବିପକ୍ଷ ମ୍ୟାଚ୍‌ରେ କରିଛନ୍ତି । ଡୁପ୍ଲେସିସ୍‌ ୧୮ ବଲ୍‌ରେ ମାରିଛନ୍ତି ଅର୍ଦ୍ଧଶତକ । 


ସେହିପରି ତାଙ୍କ ପଛକୁ ଅଛନ୍ତି ରବିନ୍‌ ଉତ୍ଥାପା । ସେ ୨୦୧୦ରେ ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ଏହି ରେକର୍ଡ କରିଥିଲେ । ମାତ୍ର ୧୯ ବଲ୍‌ରେ ଦ୍ରୁତତମ ଅର୍ଦ୍ଧଶତକ ଲଗାଇଥିଲେ ରବିନ୍‌ । ଏପରି କରି ସେ ଦ୍ରୁତତମ ଅର୍ଦ୍ଧଶତକ ଲଗାଇବା ପ୍ଲେୟରଙ୍କ ଲିଷ୍ଟର ତୃତୀୟରେ ରହିଛନ୍ତି । 

ସେହିପରି ଲିଷ୍ଟର ଚତୁର୍ଥରେ ଅଛନ୍ତି ରଜତ ପଟିଦାର୍‌ ।  ରଜତ୍‌ ଚଳିତ ସିଜିନ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଲଗାଇଥିଲେ ଦ୍ରୁତତମ ଅର୍ଦ୍ଧଶତକ । ରଜତ୍‌ ୧୯ ବଲ୍‌ରେ ଅର୍ଦ୍ଧଶତକ ଲଗାଇ ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଟିମ୍‌କୁ ଏକ ବଡ୍‌ ସ୍କୋର୍‌ ଆଡକୁ ନେଇଥିଲେ ।  

 

ଆଉ ଏକ ଖାସ୍‌ କଥା ହେଉଛି ଡୁପ୍ଲେସିସ୍ ପାଓ୍ବାର୍‌ ପ୍ଲେରେ ହିଁ ୬୪ ରନ୍‌ କରିଛନ୍ତି । ପ୍ରଥମଥର ଆରସିବିର କୌଣସି ବ୍ୟାଟର ପାଓ୍ବାର ପ୍ଲେରେ ୫୦ରୁ ଅଧିକ ରନ୍‌ କରିଛନ୍ତି । ତେବେ ପାଓ୍ବାର ପ୍ଲେରେ ଆରସିବିର ବ୍ୟାଟର ସର୍ବାଧିକ ରନ୍‌ କରିଥିବା ଲିଷ୍ଟକୁ ଦେଖିଲେ ଏହି ଲିଷ୍ଟର ପ୍ରଥମରେ ଡୁପ୍ଲେସିସ୍‌ ରହିଛନ୍ତି । 

ଫାପ୍‌ ଚଳିତ ଆଇପିଏଲ୍‌ରେ ଗୁଜୁରାଟ ବିପକ୍ଷ ମ୍ୟାଚ୍‌ରେ ୬୪  ରନ୍ କରିଛନ୍ତି । ଏହାପଛକୁ କ୍ରିସ୍‌ ଗେଲ୍‌ ରହିଛନ୍ତି । PWI ବିପକ୍ଷରେ ଗେଲ୍‌ ୨୦୧୨, ୨୦୧୩ରେ ୫୦ ରନ୍‌ କରିଥିଲେ । ଏହାବ୍ୟତୀତ ୨୦୧୫ରେ କ୍ରିସ୍‌ ଗେଲ୍‌ ପଞ୍ଜାବ କିଙ୍ଗ୍ସ୍ ବିପକ୍ଷରେ ପାଓ୍ବାର ପ୍ଲେରେ କରିଥିଲେ ୫୦ ରନ୍‌ । ତେବେ ଅନ୍ୟ ଖେଳାଳୀଙ୍କ ରେକର୍ଡରୁ ଏବେ ଆଗରେ ଅଛନ୍ତି ସାଉଥ୍‌ ଆଫ୍ରିକା କ୍ରିକେଟର ଫାପ୍‌ ଡୁପ୍ଲେସିସ୍ । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.