କ୍ରିକେଟରୁ ଅବସର ନେବେ ଟିମ୍‌ ଇଣ୍ଡିଆର ଦମ୍‌ଦାର୍‌ ପ୍ଲେୟର, ସଫଳ କ୍ୟାପଟେନ୍ ବି ନେବେ ସନ୍ନ୍ୟାସ

Published By : Prameya-News7 Bureau | May 18, 2024 IST

ନୂଆଦିଲ୍ଲୀ ୧୮।୦୫: କ୍ରିକେଟପ୍ରେମୀଙ୍କ ଘର ଭାରତ । ଦେଶର କୋଣ ଅନୁକୋଣରେ ଦେଖିବାକୁ ମିଳନ୍ତି କୋଟି କୋଟି କ୍ରିକେଟ ଦିଓ୍ବାନା । ଟିମ୍‌ ଇଣ୍ଡିଆରେ ଏପରି କିଛି କ୍ରିକେଟର ଅଛନ୍ତି ଯିଏକି ପ୍ରଶଂସକଙ୍କ ନିକଟରେ ହୋଇଛନ୍ତି ହିରୋ । ନିଜର ଦମ୍‌ଦାର୍‌ ଫର୍ମ ଜରିଆରେ ଅନେକ କ୍ରିକେଟର ତିଆରି କରିଛନ୍ତି ସ୍ବତନ୍ତ୍ର ପରିଚୟ । କିନ୍ତୁ ଦିନେ ନା ଦିନେ କ୍ରିକେଟରଙ୍କୁ ପଡ଼ିଆରୁ ନେବାକୁ ପଡିଥାଏ ସନ୍ୟାସ୍‌ ।

 ଏପରି କିଛି ଭେଟେରାନ୍ କ୍ରିକେଟର ଅଛନ୍ତି ଯେଉଁମାନେ ପଡ଼ିଆରୁ ବିଦାୟ ନେବାକୁ ହେଉଛନ୍ତି ପ୍ରସ୍ତୁତ । ଚଳିତ IPL ପରେ ଅନେକ କ୍ରିକେଟର ନେଇପାରନ୍ତି ଅବସର। ଚଳିତ IPL ହେବ ଏମାନଙ୍କର ହୋଇପାରେ ଶେଷ ସିଜିନ୍‌ । 

ଟିମ୍‌ ଇଣ୍ଡିଆର ଭେଟେରାନ୍‌ ସ୍ପିନର ଅମିତ ମିଶ୍ରା । ଚଳିତ ଆଇପିଏଲ୍‌ରେ ଖୁବ୍‌ ଭଲ ଫର୍ମରେ ନଜର ଆସୁଛନ୍ତି । ସେ ୨୦୨୪ ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍‌ ପକ୍ଷରୁ ଖେଳୁଛନ୍ତି । ପୂର୍ବରୁ ଭାରତୀୟ ଟିମ୍‌ରେ ମଧ୍ୟ ନିଜର ଦକ୍ଷତା ଦେଖାଇ ସାରିଛନ୍ତି ଅମିତ । ତେବେ ଚର୍ଚ୍ଚା ହେଉଛି ଚଳିତ IPL ପରେ ପରେ ସେ କ୍ରିକେଟକୁ ବାଏ ବାଏ କହିବେ ।

୩୮ ବର୍ଷ ବୟସ୍କ ଅଭିଜ୍ଞ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ । ୨୦୦୮ରେ ଆଇପିଏଲରୁ କରିଥିଲେ ଡେବ୍ୟୁ । ତାଙ୍କ ନାଁରେ ୨୦ଟି ଅର୍ଦ୍ଧଶତକ ସହ ୪୫୧୬ ରନ୍ କରିଛନ୍ତି । କାର୍ତ୍ତିକ ଆନ୍ତର୍ଜାତୀୟ କ୍ରିକେଟ୍ ଖେଳୁନାହାନ୍ତି ବରଂ ସେ କମେଣ୍ଟ୍ରି କରିବା ମଧ୍ୟ ଆରମ୍ଭ କରିଛନ୍ତି । ଚର୍ଚ୍ଚା ହେଉଛି କି ସେ ଆଇପିଏଲର ଚଳିତ ସିଜିନ୍‌ ପରେ ନେଇପାରନ୍ତି ଅବସର । 

ଦିଲ୍ଲୀ କ୍ୟାପିଟାଲ୍ସର ଅଭିଜ୍ଞ ଦ୍ରୁତ ବୋଲର ଇଶାନ୍ତ ଶର୍ମା । ଆଗାମୀ ସିଜିନରେ ତାଙ୍କୁ ଦେଖିବାକୁ ମିଳିନପାରେ । ୩୫ ବର୍ଷୀୟ ଦ୍ରୁତ ବୋଲର ଅନେକ ସମୟରେ ଫିଟନେସ୍‌ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି କାରଣରୁ ସେ ଫର୍ମରେ ଥାଇ ବି ଦଳରୁ ହେଉଛନ୍ତି ବାହାରେ । ଚଳିତ IPL ପରେ କ୍ରିକେଟରୁ ଅବସର ନେଇପାରନ୍ତି ଇଶାନ୍ତ ଶର୍ମା ।

ଗୁଜୁରାଟ ଟାଇଟାନ୍ସର ୱିକେଟ୍ କିପର ବ୍ୟାଟର ରିଦ୍ଧିମାନ ଶାହ । ଗତବର୍ଷ ଆଇପିଏଲରେ ଦମଦାର ଫର୍ମରେ ରହିଥିଲେ । କିନ୍ତୁ ଏଥର ତାଙ୍କ ବ୍ୟାଟ ଚାଲୁନି । ୩୯ ବର୍ଷୀୟ ରିଦ୍ଧିମାନ ଟିମ୍‌ ଇଣ୍ଡିଆରୁ  ଅବସର ନେଇସାରିଛନ୍ତି । କିନ୍ତୁ IPL ଖେଳିବା ଜାରି ରଖିଛନ୍ତି । ତେବେ ସେ ମଧ୍ୟ ୨୦୨୪ ଆଇପିଏଲ ପରେ କ୍ରିକେଟରୁ ନେଇପାରନ୍ତି ସନ୍ୟାସ୍ ।

ସନରାଇଜର୍ସ ହାଇଦ୍ରାବାଦର ବୋଲର ଭୁବନେଶ୍ବର କୁମାର । ତାଙ୍କର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଚଳିତ IPLରେ ବର୍ତ୍ତମାନ ସୁଦ୍ଧା ୧୦ଟି ମ୍ୟାଚ ଖେଳି ମାତ୍ର ୯ଟି ଓ୍ବିକେଟ୍ ନେଇଛନ୍ତି ଭୁବି । କେବଳ ସେତିକି ନୁହେଁ ୩୯୯ ରନ୍ ବ୍ୟୟ ବି କରିଛନ୍ତି । ତେଣୁ ଚଳିତ ଆଇପିଏଲ ପରେ ପରେ ସେ କ୍ରିକେଟ୍‌ ଛାଡିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଆଇପିଏଲ୍ କିମ୍ବଦନ୍ତୀ ତଥା ଅଭିଜ୍ଞ ଲେଗ୍ ସ୍ପିନର ପୀୟୁଷ ଚାୱଲା । ଚଳିତ ଆଇପିଏଲ୍‌ ତାଙ୍କର ହୋଇପାରେ ଶେଷ ସିଜିନ୍‌ । ଏହାପରେ ସେ ନେଇପାରନ୍ତି ସନ୍ୟାସ ।  ଚାୱଲା ଆଇପିଏଲରେ ୧୮୧ଟି ମ୍ୟାଚ୍ ଖେଳି ୧୭୯ ୱିକେଟ୍ ନେଇଛନ୍ତି।

ଟିମ୍‌ ଇଣ୍ଡିଆର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଅଜିଙ୍କ୍ୟ ରାହାଣେ । ୨୦୦୮ରୁ ଖେଳୁଛନ୍ତି ଆଇପିଏଲ୍ । ଏହି ଅବଧି ମଧ୍ୟରେ ତାଙ୍କ ବ୍ୟାଟରୁ ୨ଟି ଶତକ ଏବଂ ୩୦ଟି ଅର୍ଦ୍ଧ ଶତକ ମାରିଛନ୍ତି । ଚଳିତ ବର୍ଷ ଆଇପିଏଲ୍ ଶେଷରେ ରାହାଣେ ନେଇପାରନ୍ତି ସନ୍ୟାସ ।  

ତେବେ ଚଳିତ ଆଇପିଏଲ୍‌ରେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି ଟିମ୍‌ ଇଣ୍ଡିଆର ସବୁଠାରୁ ସଫଳ କ୍ୟାପଟେନ୍‌ ଏମ୍‌ଏସ୍‌ ଧୋନୀ । କୁହାଯାଉଛି କି ଚଳିତ ଆଇପିଏଲ୍‌ କ୍ୟାପଟେନ୍‌ କୁଲ୍‌ଙ୍କ ଶେଷ ଆଇପିଏଲ୍‌ ହୋଇପାରେ । ତେଣୁ ଆଇପିଏଲ୍‌ ପରେ ପରେ ସନ୍ୟାସ ନେଇପାରନ୍ତି ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍‌  । ତେବେ ଏପରି ଆଉ କିଛି ପ୍ଲେୟର ନେଇପାରନ୍ତି ସନ୍ୟାସ୍ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.