ନୂଆଦିଲ୍ଲୀ ୦୩।୦୭; ସିରିଆର ରାଜଧାନୀ ଦମାସକସ୍କର ଏକ କ୍ୟାଫେରେ ଭୟଙ୍କର ବିସ୍ଫୋରଣ ଘଟିଛି । ବିସ୍ଫୋରଣର ପ୍ରଭାବ ଏତେ ଭୟାବହ ଥିଲା ଯେ ଘଟଣାସ୍ଥଳରେ ହିଁ ୯ ଜଣଙ୍କ ମୃତ୍ୟୁ ଘଟିଛି । ଏହାସହ ୨୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ବିସ୍ଫୋରଣ ପରେ ଉଦ୍ଧାରକାରୀ ଦଳ ଓ ସୁରକ୍ଷାକର୍ମୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି।

ମନ୍ତ୍ରଣାଳୟ କହିଛି ଯେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ ସୁରକ୍ଷା ଏଜେନ୍ସି ଘଟଣାର ତଦନ୍ତ ଆରମ୍ଭ କରିଛି। ସୁରକ୍ଷା ବାହିନୀ ତୁରନ୍ତ କାଫେରେ ପହଞ୍ଚି ଅଞ୍ଚଳକୁ ଘେରାବନ୍ଦୀ କରିଦେଇଛି। । ଘଟଣା ପରେ ସମଗ୍ର ଦମାସକସ୍ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବିସ୍ଫୋରଣର ପ୍ରକୃତ କାରଣ ଓ ଏହା ପଛରେ କାହାର ହାତ ରହିଛି, ତାହା ଜାଣିବା ପାଇଁ ତଦନ୍ତ ଜାରି ରହିଛି । ଦମାସ୍କସ୍ ରାଜ୍ୟପାଳ ମାହେର ଇଡଲିବି କହିଛନ୍ତି ଯେ ଗୃହ ମନ୍ତ୍ରଣାଳୟ ଖୁବ୍ ଶୀଘ୍ର ଏହାର ପ୍ରାଥମିକ ତଦନ୍ତର ଫଳାଫଳ ଘୋଷଣା କରିବ। ଇଡଲିବି କହିଛନ୍ତି ଯେ ଦାୟୀ ଲୋକଙ୍କୁ ଛଡାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା

ସୋସିଆଲ ମିଡିଆରେ ପ୍ରସାରିତ ଏକ ଭିଡିଓରେ ଅନେକ ଆହତ ବ୍ୟକ୍ତି ତଳେ ପଡ଼ିଥିବାର ଦେଖାଯାଇଛି, ଏବଂ ପୋଲିସ ଅଧିକାରୀମାନେ ନିକଟରେ ଅଛନ୍ତି। ପରେ ଆମ୍ବୁଲାନ୍ସଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା ସହିତ ଗୁରୁତର ଆହତମାନଙ୍କୁ ସିରିଆର ରାଜଧାନୀର ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ।

କାଫେରେ ଅନେକ ଓକିଲ ଥିଲେ ଉପସ୍ଥିତ

ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓଗୁଡ଼ିକରେ ଅନେକ ଆହତ ବ୍ୟକ୍ତି ତଳେ ପଡ଼ିଥିବାର ଦେଖାଯାଉଛି। ପୋଲିସ ଅଧିକାରୀମାନେ ସେମାନଙ୍କୁ ସାହାଯ୍ୟ କରୁଛନ୍ତି। ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଆହତମାନଙ୍କୁ ଚିକିତ୍ସା କରିଥିଲେ, ଏବଂ ଯେଉଁମାନେ ଅଧିକ ଗୁରୁତର ଅବସ୍ଥାରେ ଥିଲେ ସେମାନଙ୍କୁ ଦମାସ୍କସ୍ର ହସ୍ପିଟାଲକୁ ନିଆଯାଇଥିଲା। ରିପୋର୍ଟ କରାଯାଇଛି ଯେ ଏହି କାଫେକୁ ନିକଟସ୍ଥ କୋର୍ଟର କାର୍ଯ୍ୟରତ ଓକିଲମାନେ ପ୍ରାୟତଃ ଯାଆନ୍ତି।