ତାଳଚେରରେ ଚାଞ୍ଚଲ୍ୟ, ଦବିଲା ମାଟି; ଲୋକେ ଭୟଭୀତ

NEWS7
encounter-in-balochistan-12-terrorists-killed-18-security-personnel-killed

ଅନୁଗୋଳ: ତାଳଚେରରେ ଚାଞ୍ଚଲ୍ୟ। ଦବିଲା ମାଟି। ୧୫ ଫୁଟ ଓସାରରେ ୧୦ ଫୁଟ ତଳକୁ ମାଟି ଦବିଛି। ତାଳଚେର ହାଣ୍ଡିଧୁଆ ଠାରେ ଏହି ମାଟି ଦବିଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଭୂତଳ କୋଇଲା ଖଣି ଯୋଗୁଁ ଏଭଳି ହୋଇଥିବା ଅନୁମାନ କରାଯାଉଛି। ପୂର୍ବରୁ ସେହି ଅଞ୍ଚଳରେ ଭୂତଳ ଖଣି ଥିଲା। କିନ୍ତୁ ଏବେ ଏହା କାର୍ଯ୍ୟକାରୀ ହେଉନାହିଁ। ରକ୍ଷଣାବେକ୍ଷଣ ଅଭାବରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି।

ଘଟଣା ସ୍ଥଳରେ କୋଲିୟାରୀ ପୋଲିସ ଆଉ ଖଣି କର୍ମଚାରୀ ଅଛନ୍ତି। ଆଖପାଖ ଅଞ୍ଚଳକୁ ବାରିକେଟ କରାଯାଉଛି। କାହାରିକୁ ପାଖକୁ ଛାଡୁ ନାହାନ୍ତି ଘଟଣାସ୍ଥଳରେ ଥିବା କର୍ମଚାରୀ। କାଳେ ଅଧିକ କିଛି ଅଘଟଣ ଘଟିବ ତେଣୁ ଆଗୁଆ ସତର୍କତା ଅବଲମ୍ବନ କରୁଛି ଖଣି କର୍ତ୍ତୃପକ୍ଷ।

 

ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ, ବାରମ୍ବାର ଏହି ଅଞ୍ଚଳରେ ମାଟି ଦବୁଛି। ବାଲିର ଫିଲିଂ ବହୁତ କମ ଥିବାରୁ ମାଟି ଦବିବାରେ ଲାଗିଛି। ଏମସିଏଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଏମିତି ଅଘଟଣ ଘଟୁଛି। କେତେବେଳେ ଯେ ଏହି ଅଞ୍ଚଳ ନିଶ୍ଚିହ୍ନ ହୋଇଯିବ ତାହା କହି ହେବ ନାହିଁ। ଆମେ ପ୍ରଶାସନ ଏବଂ ଏମସିଏଲ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରୁଛୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ।