ମୋହନା ୩୧।୭: ପାଣି ବୋତଲରେ ଦେଲେ ପରିସ୍ରା । ଗଜପତି ଜିଲ୍ଲା ଆର.ଉଦୟଗିରି RWSS ଯନ୍ତ୍ରୀଙ୍କୁ ବୋତଲରେ ପାଣି ବଦଳରେ ପରିସ୍ରା ଦେଲେ କର୍ମଚାରୀ l ଏନେଇ ଆର.ଉଦୟଗିରି ଥାନାରେ ଯନ୍ତ୍ରୀ ଅଭିଯୋଗ କରିଛନ୍ତି l
ସୂଚନାଯୋଗ୍ୟ ଯେ, ଗତ ୨୨ ତାରିଖରେ ଆର.ଉଦୟଗିରି RWSS କାର୍ଯ୍ୟାଳୟରେ ଯୋଗ ଦେଇଥିଲେ ଯନ୍ତ୍ରୀ l ୨୩ ତାରିଖରେ ଯନ୍ତ୍ରୀଙ୍କୁ ତାଙ୍କ ବାସଭବନରେ କାର୍ଯ୍ୟାଳୟରେ ଥିବା ଜଣେ କର୍ମଚାରୀ ଖାଇବାକୁ ଦେଇଥିଲେ l ଖାଇ ସାରିବା ପରେ ବୋତଲରେ ଥିବା ପାଣି ଭାବି ପିଇଦେଇଥିଲେ ଯନ୍ତ୍ରୀ l ତେବେ ପିଇବା ପରେ ସେ ତାହା ପରିସ୍ରା ବୋଲି ଜାଣିବାକୁ ପାଇଥିଲେ l ସେ ଏହାର ଲାବ ଟେଷ୍ଟ ପାଇଁ ଆର.ଉଦୟଗିରି ଓ ପାରଳାଖେମୁଣ୍ଡି ସ୍ଥିତ RWSS କାର୍ଯ୍ୟାଳୟକୁ ଦେଇଥିଲେ l ଲାବ ଟେଷ୍ଟ ପରେ ତାହା ପରିସ୍ରା ବୋଲି ସ୍ପଷ୍ଟ ହୋଇଥିଲା l ଏନେଇ ତଦନ୍ତ ପାଇଁ ଯନ୍ତ୍ରୀ ଜଣକ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ l ତେବେ କୌଣସି ପଦକ୍ଷେପ ନନେବା ପରେ ଆର.ଉଦୟଗିରି ଥାନାରେ ଅଭିଯୋଗ କରିଥିବା ଯନ୍ତ୍ରୀ କହିଛନ୍ତି l
You Can Read:
ଶିକ୍ଷକଙ୍କ ବଦଳି ପାଇଁ ସାଂସଦ ଓ ବିଧାୟକଙ୍କ ସୁପାରିସ ପ୍ରସଙ୍ଗ : ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍