ବାରବାଟୀ କଟକରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର ଜୋରଦାର, ପ୍ରଚାର ଆରମ୍ଭ କରିପାରି ନାହାଁନ୍ତି ବିଜେପି ପ୍ରାର୍ଥୀ

Published By : Prameya-News7 Bureau | May 05, 2024 IST

କଟକ ୫।୫: ପ୍ରାର୍ଥୀପତ୍ର ଦାଖଲ ପରେ ଏବେ ବାରବାଟୀ କଟକରେ ପ୍ରଚାର ଅଭିଯାନ ଜୋର ଧରିଛି । ଉଭୟ କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିର୍ଦ୍ଦୋସ ଓ ବିଜେଡି ପ୍ରାର୍ଥୀ ପ୍ରକାଶ ବେହେରା ଭୋଟରଙ୍କ ପାଖରେ ପହଞ୍ଚିବା ପାଇଁ ନିଜ ନିଜ ଢଙ୍ଗରେ ପ୍ରୟାସ କରୁଛନ୍ତି। କଂଗ୍ରେସ ପ୍ରାର୍ଥୀ ସୋଫିଆ ସାହିରୁ ସାହି ବୁଲି ଭୋଟରଙ୍କ ପାଖରେ ପହଞ୍ଚୁଛନ୍ତି । ସୋଫିଆ ପ୍ରାର୍ଥୀ ହେବା ଦିନଠାରୁ ସାହି ସାହିରେ ପଦଯାତ୍ରା ଜାରି ରଖିଛନ୍ତି । ସେପଟେ ବିଜେଡି ପ୍ରାର୍ଥୀ ପ୍ରକାଶ ବେହେରା ଓ୍ବାର୍ଡରୁ ଓ୍ବାର୍ଡ ବୁଲି କର୍ମୀ ସମ୍ମିଳନୀ କରୁଛନ୍ତି । କିନ୍ତୁ କଂଗ୍ରେସ ଭଳି ଘରେ ଘରେ ପହଞ୍ଚି ଭୋଟ୍ ଭିକ୍ଷା କରିବା ରଣନୀତି ବିଜେଡି ଏଯାଏ ଆରମ୍ଭ କରିନାହିଁ ।

ସେପଟେ ବାରବାଟୀ କଟକ ପାଇଁ ବିଜେପି ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ନାଁ ଘୋଷଣା କରିଥିବା ବେଳେ, କିଛି ବରିଷ୍ଠ ବିଜେପି ନେତା ପୂର୍ଣ୍ଣଙ୍କର ପ୍ରାର୍ଥୀତ୍ବକୁ ଭିରୋଧ କରିଛନ୍ତି । ତେଣୁ ପୂର୍ଣ୍ଣ ମହାପାତ୍ର ଏବେ ଅସନ୍ତୁଷ୍ଟଙ୍କୁ ମନାଇବା ଓ ସଙ୍ଗଠନ ସଜାଡିବାରେ ବେଶୀ ଧ୍ୟାନ ଦେଉଛନ୍ତି । ତେବେ ଦଳ ଭିତରେ ମତାନ୍ତର ଅଛି କିନ୍ତୁ ମନାନ୍ତର ନାହିଁ ବୋଲି ବିଜେପି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ।

You Can Read :

ବିକଶିତ ଭାରତ ପାଇଁ ଆମକୁ ବିଶ୍ବବନ୍ଧୁ ହେବା ନିହାତି ଜରୁରୀ : ଏସ୍. ଜୟଶଙ୍କର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.