ସୁବର୍ଣ୍ଣପୁର ଜିଲ୍ଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ନାରଦ ଜୟନ୍ତୀ ପାଳିତ

Published By : Prameya-News7 Bureau | May 25, 2024 IST

ସୁବର୍ଣ୍ଣପୁର ୨୫।୫: ସୁବର୍ଣ୍ଣପୁର ଜିଲ୍ଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ସଂଘ କାର୍ଯ୍ୟାଳୟରେ ନାରଦ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ୱୟଂ ସେବକ ରଶ୍ମୀରଞ୍ଜନ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ନାରଦ ଜୟନ୍ତୀରେ ଆଇନଜୀବୀ ଶିବପ୍ରସାଦ ପାତ୍ର ଓ  ରାଧାବଲ୍ଲଭ ଷଡ଼ଙ୍ଗୀ ଅତିଥିଭାବେ ଯୋଗଦେଇ ସମାଜ ଓ ସଭ୍ୟତାକୁ ସଂସ୍କାରିତ କରିବାରେ ମହର୍ଷି ନାରଦଙ୍କ ଭୂମିକା ଉପରେ ଆଲୋକପାତ କରିବା ସହ ସନାତନ ଧର୍ମର ଇତିହାସ, ଆର୍ଯ୍ୟ ସଭ୍ୟତା ଏବଂ ଅଧୂନାତନ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଗଣମାଧ୍ୟମର ଅବସ୍ଥିତିକୁ ନେଇ ଆଲୋଚନା କରିଥିଲେ । ବିଶେଷକରି, ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବାରେ ସାମ୍ବାଦିକଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ଏଥିରେ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ଯୋଗ ଦେଇଥିଲେ । 

You Can Read :

ରାଧାଗୋବିନ୍ଦପୁରରେ ଭୋଟିଂ ବେଳେ ଉତ୍ତେଜନା, ଦୁଇ ଗୋଷ୍ଠୀ ମୁହାଁମୁହିଁରେ ୪ ଆହତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.