ଶ୍ରୀ ଶ୍ରୀ ରଘୁନାଥଜୀଉଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା, ପାରମ୍ପରିକ ଷଣ୍ଢ ନାଚ ଆକର୍ଷଣର କେନ୍ଦ୍ରବିନ୍ଦୁ

Published By : Prameya-News7 Bureau | May 25, 2024 IST

କରଞ୍ଜିଆ ୨୫।୫: ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଠାରେ ଥିବା ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ଐତିହାସିକ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରା ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ଶ୍ରୀ ରଘୁନାଥ ଜୀଉଙ୍କ ଘରେ ଘରେ ଭୋଗ ଲାଗି ହୋଇ ଶେଷରେ ଭଣ୍ଡନ ନଦୀରେ ଚାପ ଖେଳି ଘର ବାହୁଡ଼ା ହୋଇ ଥାଆନ୍ତି । ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ଏହି ପ୍ରସିଦ୍ଧ ଯାତ୍ରା ବୌଦ୍ଧ ପୂର୍ଣ୍ଣିମା ଦିନ ସମାପ୍ତ ହୋଇଥାଏ । ରଘୁନାଥ ଜୀଉଙ୍କ ଚନ୍ଦନ ଯାତ୍ରା ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବା ସହ ବିଶେଷ କରି ଚନ୍ଦନ ଯାତ୍ରାରେ ହେଉଥିବା ପାରମ୍ପରିକ ଷଣ୍ଢ ନାଚ ସବୁଠୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । 

ଭିଡ଼କୁ ନିୟନ୍ତ୍ରଣ ରଖିବାକୁ ଯଶୀପୁର ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି । ବିଶେଷ କରି ଏହି ଚନ୍ଦନ ମେଳା ପୂର୍ଣ୍ଣିମା ଠାରୁ ଆଗାମୀ ୧୫ ଦିନ ଧରି ଦେଖିବାକୁ ମିଳିଥାଏ । ତେବେ ସରକାର ଏହି ଚନ୍ଦନ ମେଳା ପ୍ରତି ଗୁରୁତ୍ଵ ଦେଲା  ଏହା ଆହୁରି ଲୋକ ପ୍ରିୟ ହୋଇପାରିବ ବୋଲି ଚନ୍ଦନ ମେଳା କମିଟିର ସମ୍ପାଦକ ପ୍ରକାଶ କରିଛନ୍ତି ।

You Can Read :

ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ, ଦିନ ୧୧ଟା ସୁଦ୍ଧା ୨୧.୩୦% ଭୋଟିଂ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.