ରାଧାଗୋବିନ୍ଦପୁରରେ ଭୋଟିଂ ବେଳେ ଉତ୍ତେଜନା, ଦୁଇ ଗୋଷ୍ଠୀ ମୁହାଁମୁହିଁରେ ୪ ଆହତ

Published By : Prameya-News7 Bureau | May 25, 2024 IST

ଆଠଗଡ ୨୫।୫: ବିଜେଡି ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ୧୧୫ନଂ ବୁଥ ରାଧାଗୋବିନ୍ଦପୁର ଗ୍ରାମରେ ଭୋଟ୍ ଦେବା ସମୟରେ ଉତ୍ତେଜନା । ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରଥମେ ହାତାହାତି ଏବଂ ପରେ ଚେୟାରରେ ଆକ୍ରମଣ । ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ରକ୍ତାକ୍ତ ସଘର୍ଷ । ଉଭୟ ଗୋଷ୍ଠୀରୁ ୪ ଜଣ ଆହତ ହୋଇଛନ୍ତି । ଆହାତଙ୍କୁ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । 

ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଭୋଟ୍ ଦେବା ପାଇଁ ଧାଡ଼ିରେ ଛିଡା ହୋଇଥିବା ବେଳେ କିଛି  ଯୁବକ ମନ୍ତ୍ରୀଙ୍କ ହାତ ଟାଣିଥିଲେ ବାହାରକୁ ବାହାରି କରିବାକୁ ଚେଷ୍ଟା କରୁଥିଲେ । ଏହାକୁ ବିରୋଧ କରି କିଛି ସ୍ଥାନୀୟ ଲୋକେ ଅଟକାଇବାକୁ ଚେଷ୍ଟା କରିଥିଲେ । ଫଳରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖା ଦେଇଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ପରେ ଏବେ ଶୃଙ୍ଖଳିତ ଭାବରେ ମତଦାନ ଚାଲୁ ରହିଛି ।

You Can Read :

ଶ୍ରୀ ଶ୍ରୀ ରଘୁନାଥଜୀଉଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା, ପାରମ୍ପରିକ ଷଣ୍ଢ ନାଚ ଆକର୍ଷଣର କେନ୍ଦ୍ରବିନ୍ଦୁ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.