ଭୁବନେଶ୍ୱର ୦୨।୧୧: ବଢିଲା E-KYC ଅବଧି । ଡିସେମ୍ବର ୩୧ ଯାଏଁ ତାରିଖ ଯାଏଁ ଜାରି ରହିବ e-KYC ପ୍ରକ୍ରିୟା । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଛି ସୂଚନା ।

ତେବେ ବିଭାଗ ଅନୁସାରେ, ହୀତାଧିକାରୀଙ୍କ ଆଧାର ଭିତ୍ତିକ e-KYC ପ୍ରକ୍ରିୟା ଜାରି ରହିବ । ରାଜ୍ୟର ସମସ୍ତ ପିଡିଏସ୍‌ ହିତାଧିକାରୀ E-KYC କରିବେ । ରାଜ୍ୟର ସମସ୍ତ ୧୧,୮୨୭ ଗୋଟି ଖାଉଟି ସୁଲଭ ମୂଲ୍ୟ ଦୋକାନ ତଥା ୩୧୪ ଗୋଟି ବ୍ଲକ ଓ ୬୪ ଗୋଟି ପୌରାଞ୍ଚଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ରାସନ କାର୍ଡ଼ ପରିଚାଳନା କେନ୍ଦ୍ର ଗୁଡ଼ିକରେ ଜାରି ରହିଛି I ହାବ୍ୟତୀତ ଅଦ୍ୟାବଧି e-KYC କରାଇ ନପାରିଥିବା ହିତାଧିକାରୀଙ୍କୁ ପ୍ରତ୍ୟେକ ମାସର ପିଡ଼ିଏସ ସାମଗ୍ରୀ ପୂର୍ବଭଳି ପ୍ରଦାନ କରାଯାଉଅଛି I କୌଣସି ଯୋଗ୍ୟ ହିତାଧିକାରୀଙ୍କୁ e-KYC ହୋଇନଥିବା କାରଣରୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ କରାଯାଇନାହିଁ I ଡିସେମ୍ବର ୩୧ ଯାଏଁ ଏହି ପ୍ରକ୍ରିୟା ଚାଲୁରହିବ । ରାଜ୍ୟରେ ଏବେ ଯାଏଁ ୧୫ ଲକ୍ଷ ଲୋକ କରିନାହାନ୍ତି e-KYC ।