ନ୍ୟୁୟର୍କ, ୬ |୧୧  :   ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଥାରେ ତାଳମେଳ ରହୁନି । ଏତେ ମିଛ କହୁଛନ୍ତି ଯେ ପୂର୍ବରୁ କହୁଥିବା ମିଛକୁ ଭୁଲି ଯାଉଛନ୍ତି । ଲଗାତାର ଭାବେ ଭାରତ-ପାକିସ୍ତାନ ତିକ୍ତତା ବାବଦରେ ବୟାନ ଦେଉଥିବା ଟ୍ରମ୍ପ୍ ଆଉ ଏକ କଥା କହିଛନ୍ତି । ଯାହା ସେ ପୂର୍ବରୁ ଦେଇଥିବା ବୟାନଠୁ ପୂରା ଭିନ୍ନ  ।

ଟ୍ରମ୍ପ୍ କହିଛନ୍ତି ଯେ, ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦକୁ ବନ୍ଦ କରିଥିଲେ । ଯୁଦ୍ଧ ବନ୍ଦ ନକଲେ ସେ ଭାରତ ଏବଂ ପାକିସ୍ତାନ ସହ ବାଣିଜ୍ୟ କରିବେନି ବୋଲି ଧମକ ଦେଇଥିଲେ । ଯାହାକୁ ଡରି ଉଭୟ ଦେଶ ଯୁଦ୍ଧରେ ବିରାମ ଲଗାଇଥିଲେ । ଏହି ଯୁଦ୍ଧରେ ଟି ଫାଇଟର ଜେଟ୍ କ୍ଷତିଗ୍ରସ୍ତ ହୋଇଥିବା ସେ କହିଛନ୍ତି । ତେବେ ଏହି ସଂଖ୍ୟା ପୂର୍ବରୁ ଦେଇଥିବା ସଂଖ୍ୟାଠୁ ସମ୍ପୂର୍ଣ୍ଣ ଭିନ୍ନ । ଯାହା ତାଙ୍କର ମିଛକୁ ପଦାରେ ପକାଇ ଦେଇଛି ।

ସେ ଆହୁରି କହିଥିଲେ ଯେ, ଦୁଇ ଦେଶର ବିବାଦ ମଧ୍ୟରେ ସେ ଠିଆ ହୋଇଥିଲେ । ଭାରତ-ପାକିସ୍ତାନ ଭୟଙ୍କର ଯୁଦ୍ଧ ଆଡକୁ ଅଗ୍ରସର ହେଉଥିଲେ । ଟି ବିମାନ କ୍ଷତିଗ୍ରସ୍ତ ହୋଇଥିବା ତାଙ୍କ ନଜରକୁ ଆସିଥିଲା । ଏହାସହ ଆଉ ଗୋଟିଏ ବିମାନ ଭୟଙ୍କର କ୍ଷତିଗ୍ରସ୍ତ ହୋଇଥିଲା । ଭୟ ଦେଶ ପାଖରେ ପରମାଣୁ ଶକ୍ତି ରହିଛି । ତେଣୁ ସେ ଯୁଦ୍ଧକୁ ବନ୍ଦ କରିଦେଇଥିଲେ ।

ପ୍ରଥମେ ୟୁଏସ ପ୍ରେସିଡେଣ୍ଟ କହୁଥିଲେ ଯେ, ଯୁଦ୍ଧରେ ରୁ ଟି ଯୁଦ୍ଧ ବିମାନ କ୍ଷତିଗ୍ରସ୍ତ ହୋଇଥିଲା । ପରେ ସେ ଏହି ସଂଖ୍ୟାକୁ ବୋଲି କହିଥିଲେ । କିନ୍ତୁ କେଉଁ ଦେଶର ଏହି ଯୁଦ୍ଧ ବିମାନ ତାହା ସେ ଦର୍ଶାଇ ନଥିଲେ । ଏବେ କିନ୍ତୁ ସେ ଟି ବିମାନ କ୍ଷତିଗ୍ରସ୍ତ ହୋଇଥିବା ଦାବି କରୁଛନ୍ତି । ଯାହା ତାଙ୍କର ବେପାରୁଆ ବୟାନକୁ ଦର୍ଶାଉଛି ।