ପାପର ପ୍ରାୟଶ୍ଚିତ କଲେ କଂସ ମହାରାଜ, ଶ୍ରୀଜିଉଙ୍କୁ କଲେ କ୍ଷମା ପ୍ରାର୍ଥନା

Published By : Prameya-News7 Bureau | May 18, 2024 IST

ପୁରୀ ୧୮।୫: ଶ୍ରୀ ଶ୍ରୀ ମଦନମୋହନ ନାଟ୍ୟକଳା ସଂସଦ ପକ୍ଷରୁ ମୁକ୍ତାକାଶ ପୂର୍ବ ଓଡ଼ିଶା ଧନୁଯାତ୍ରା ମହୋତ୍ସବ ଶେଷ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଜଟଣୀ ପାତ୍ରପଡା ଠାରେ ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଶୁକ୍ରବାର ଶେଷ ହୋଇଛି । ତେବେ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଶେଷ ହୋଇଥିଲେ ମଧ୍ୟ କଂସ ମହାରାଜ ଏବେ ପ୍ରାୟଶ୍ଚିତ ପାଇଁ ଶ୍ରୀକ୍ଷେତ୍ର ପୁରୀ ଆସିଛନ୍ତି । କଂସ ଭୂମିକାରେ ଅଭିନୟ କରିଥିବା ଲକ୍ଷ୍ମୀଧର ବିଶ୍ବାଳ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଅଭିନୟରେ ଅନେକ କଟୁ ବାକ୍ୟ ପ୍ରୟୋଗ କରିଥିଲେ। ଏହାର ପ୍ରାୟଶ୍ଚିତ ପାଇଁ ପ୍ରଥମେ କଂସ ମହାରାଜ ପ୍ରଥମେ ତୀର୍ଥରାଜ ମହୋଦଧିରେ ସ୍ନାନ କରିବା ସହ ପାପରୁ ମୋକ୍ଷ ପ୍ରାପ୍ତି ପାଇଁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ପାଖରେ ଶରଣାପନ୍ନ ହୋଇ କ୍ଷମା ପ୍ରାର୍ଥନା କରିଛନ୍ତି । 

ମହୋଦଧିରେ ସ୍ନାନ କରି କଂସ ମହାରାଜ ସୂର୍ଯ୍ୟପୂଜା ସହ ଆଳତୀ କରିଥିଲେ । ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରି ମହାପ୍ରଭୁଙ୍କ ଶରଣାପନ୍ନ ହୋଇଛନ୍ତି । ତେବେ ବିଶ୍ୱାସ ରହିଛି ତୀର୍ଥରାଜ ମହୋଦଧିରେ ସ୍ନାନ କଲେ ସବୁ ପାପରୁ ମୋକ୍ଷ ମିଳିଥାଏ । ଅନ୍ୟପକ୍ଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ କୃଷ୍ଣଙ୍କର ଅବତାର ହୋଇଥିବାରୁ କଂସ ମହାରାଜ ପ୍ରତିବର୍ଷ ପୁରୀକୁ ଆସି ପ୍ରାୟଶ୍ଚିତ କରିବାର ପରମ୍ପରା ରହିଛି । ଏଣୁ କଂସ ମହାରାଜ ପୁରୀ ଆସି ମହାପ୍ରଭୁଙ୍କ ଶରଣାପନ୍ନ ହୋଇଥିଲେ । ଶ୍ରୀଜିଉଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ଶ୍ରୀମନ୍ଦିରରେ ମହାପ୍ରସାଦ ସେବନ କରି ନିଜକୁ   ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

You Can Read :

ଦେବଗଡରେ ଅଭିନେତ୍ରୀ ହେମା ମାଳିନୀ, ଦଳୀୟ ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.