ଭୁବନେଶ୍ୱର ୦୪।୦୯ : ୨୪ ଘଣ୍ଟାରେ ମହାନଦୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି। ଆଭରେଜ୍‌ ୪୦ ମିମି ବର୍ଷା ରେକର୍ଡ ହୋଇଛି । ବର୍ତ୍ତମାନ ହୀରାକୁଦରେ ୧୦ଟି ଗେଟ୍‌ ଖୋଲା ହୋଇଛି ।ବର୍ତ୍ତମାନ ଜଳଭଣ୍ଡାର ମଧ୍ୟରେ ୨.୧୫ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ୧.୩୩ ଲକ୍ଷ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି। ଆଗକୁ ହୀରାକୁଦରେ ଜଳସ୍ତର ବଢିପାରେ। ସ୍ଥିତିକୁ ଦେଖି ପରବର୍ତ୍ତୀ ଗେଟ୍‌ ଖୋଲିବା ଉପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବୈତରଣୀରେ ବନ୍ୟା ଆସିଛି। ଗତ ତିନି ମାସରେ ବୈତରଣୀରେ ଏହା ତୃତୀୟ ବନ୍ୟା । ମଙ୍ଗଳବାର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ୧୪ ବ୍ଲକରେ ୧୦୦ ମିଲିମିଟରରୁ ଅଧିକ ଓ ୪୨ ବ୍ଲକରେ ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ସେହିପରି ଉପର ମହାନଦୀ, ବୈତରଣୀ, ବୁଢାବଳଙ୍ଗ ଓ ବୈତରଣୀରେ ବହୁତ ବର୍ଷା ହୋଇଛି। କେବଳ ବୈତରଣୀରେ ଛୋଟ ବନ୍ୟା ଅଛି। ଆଖୁଆପଦାରେ ବିପଦ ସଙ୍କେତର ୦.୫ ମିଟର ଉପରେ ପାଣି ପ୍ରଭାବିତ ହେଉଛି । ଜିଲ୍ଲା ପ୍ରଶାସନ ସତର୍କ ରହିଛି। ଜଳକାରେ ବି ପାଣି ସତର୍କ ସଙ୍କେତ ଉପରେ ରହିଛି। ମହାନଦୀରେ ବନ୍ୟା ଆସିବ ନାହିଁରେଙ୍ଗାଲିରେ ବ୍ରାହ୍ମଣୀ ଗୋଟେ ଗେଟ ଦେଇ ଜଳ ନିଷ୍କାସନ ହେଉଛି