ନୂଆଦିଲ୍ଲୀ, ୩୦/୦୪ : ପ୍ରକାଶ ପାଇଛି ସିଆଇଏସସିଇ ରେଜଲ୍ଟ୍ । କାଉନସିଲ୍ ଫର୍ ଦି ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଗୁରୁବାର ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷାଫଳ ପ୍ରକାଶ କରିଛି । ଦିନ ୧୧ଟାରେ ରେଜଲ୍ଟ୍ ଜାରି କରାଯାଇଛି । ଛାତ୍ରଛାତ୍ରୀମାନେ results.cisce.org ରେ କ୍ଲିକ୍ କରି ନିଜର ପରୀକ୍ଷାଫଳ ଦେଖିପାରିବେ ।

ରେଜଲ୍ଟ୍ ଦେଖିବା ପାଇଁ ପ୍ରଥମେ ଛାତ୍ରଛାତ୍ରୀଙ୍କୁ ଓ୍ୱେବସାଇଟରେ ଲଗ୍ ଇନ୍ କରିବାକୁ ହେବ । ଏହାପରେ ରୋଲ୍ ନମ୍ବର, ୟୁନିକ୍ ଆଇଡି ଏବଂ ଇଣ୍ଡେକ୍ସ୍ ନମ୍ବର ଦେବାକୁ ହେବ । ଶେଷରେ କ୍ୟାପଚା ଦେଲେ ସେମାନେ ରେଜଲ୍ଟ୍ ଦେଖିପାରିବେ ।

ସୂଚନାଯୋଗ୍ୟ, ଫେବ୍ରୁଆରୀ ୧୨ରୁ ଏପ୍ରିଲ ୬ ତାରିଖ ଯାଏଁ ଆଇଏସସି ଦ୍ୱାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଚାଲିଥିଲା ।

ଦଶମ ରେଜଲ୍ଟ୍

ପ୍ରାୟ ୨ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ ଛାତ୍ରୀଙ୍କ ପାସ୍ ହାର ୯୯.୪୫ ପ୍ରତିଶତ ରହିଛି । ସେହିପରି ଛାତ୍ରଙ୍କ ପାସ୍ ହାର ରହିଛି ୯୮.୬୪ ପ୍ରତିଶତ । ୨୦୨୪ରେ ମଧ୍ୟ ଛାତ୍ରଙ୍କ ଠାରୁ ଛାତ୍ରୀମାନେ ଆଗରେ ରହିଥିଲେ । ସେତେବେଳେ ଛାତ୍ରୀଙ୍କ ପାସ୍ ହାର ୯୮.୯୨ ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ପାସ୍ ହାର ଥିଲା ୯୭. ୫୩ ପ୍ରତିଶତ ।  ​​​​​​​

​​​​​​​ଦ୍ୱାଦଶ ରେଜଲ୍ଟ୍

ଦ୍ୱାଦଶ ପରୀକ୍ଷାରେ ମୋଟ୍ ପାସ୍ ହାର ରହିଛି ୯୯.୧୩ ପ୍ରତିଶତ । ଏମାନଙ୍କ ମଧ୍ୟରୁ ଛାତ୍ରଙ୍କ ପାସ୍ ହାର ୯୮.୮୧ ପ୍ରତିଶତ ଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ହେଉଛି ୯୯.୪୮ ପ୍ରତିଶତ