ନୂଆଦିଲ୍ଲୀ ୧୦।୧୧; ସକାଳୁ ସକାଳୁ ଭୂକମ୍ପରେ ଥରିଲା ପାକିସ୍ତାନ ଏବଂ ମିଆଁମାର । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି (NCS) ଅନୁଯାୟୀ, ଉଭୟ ଦେଶରେ ଭିନ୍ନ ଭିନ୍ନ ସମୟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ପାକିସ୍ତାନରେ ଭୂକମ୍ପ ରିକ୍ଟର ସ୍କେଲ୍‌ରେ ୩.୬ ଏବଂ ମିଆଁମାରରେ ୩.୩ ତୀବ୍ରତାର ରେକର୍ଡ କରାଯାଇଢ଼ି ।

ସୋମବାର ପାକିସ୍ତାନରେ ୩.୬ ତୀବ୍ରତାର ଭୂକମ୍ପ ରେକର୍ଡ କରାଯାଇଛି। ଭୂପୃଷ୍ଠରୁ ୯୦ କିଲୋମିଟର ଗଭୀରତାରେ ଏହି ଭୂମିକମ୍ପ ହୋଇଥିଲା। NCS ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ସୂଚନା ସେୟାର କରାଯାଇଛି। ନଭେମ୍ବର ୧ ତାରିଖରେ ମଧ୍ୟ ପାକିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଆଫଗାନିସ୍ତାନ ଏବଂ ଉତ୍ତର ଭାରତକୁ ଘେରି ରହିଥିବା ଏହି ଅଞ୍ଚଳ ବିଶ୍ୱର ସବୁଠାରୁ ସକ୍ରିୟ ଭୂକମ୍ପୀୟ କ୍ଷେତ୍ରରେ ଅବସ୍ଥିତ। ଯେଉଁଠାରେ ଭାରତୀୟ ଏବଂ ୟୁରେସିଆନ୍ ଟେକ୍ଟୋନିକ୍ ପ୍ଲେଟ୍ ମିଶିଥାନ୍ତି।

ସୋମବାର ସକାଳେ ମିଆଁମାରରେ ୩.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପ ୧୧୦ କିଲୋମିଟର ତଳେ ଅବସ୍ଥିତ ଥିଲା। ଏହାକୁ NCS X ରେ ନିଶ୍ଚିତ କରିଛି। ମିଆଁମାର ମଧ୍ୟ ଏକ ଅତ୍ୟନ୍ତ ଭୂକମ୍ପପ୍ରବଣ ଅଞ୍ଚଳ।  କାରଣ ଏହା ଚାରୋଟି ଟେକ୍ଟୋନିକ୍ ପ୍ଲେଟ୍ ମଧ୍ୟରେ ଅବସ୍ଥିତ। ଭାରତୀୟ, ୟୁରେସିଆନ୍, ସୁଣ୍ଡା ଏବଂ ବର୍ମା ପ୍ଲେଟ୍। ଦେଶର ଲମ୍ବା ଉପକୂଳ ମଧ୍ୟ ସୁନାମି ବିପଦ ସୃଷ୍ଟି କରେ।