ବିହାରରେ ୧ ଅଗଷ୍ଟରେ ଜାରି ହେବ ଡ୍ରାଫ୍ଟ ଭୋଟର ଲିଷ୍ଟ, ନିର୍ବାଚନ ଆୟୋଗ କହିଲେ କେମିତି ଯୋଡି ପାରିବେ ନାମ

Published By : Prameya-News7 Bureau | July 31, 2025 IST

ନୂଆଦିଲ୍ଲୀ ୩୧।୭: ଆଗାମୀ କିଛି ମାସରେ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ବିହାର ଭୋଟର ଲିଷ୍ଟର ବିଶେଷ ଗହନ ନିରୀକ୍ଷଣ (ଏସଆଇଆର) ଅଭିଯାନ ଚଳାଇଥିଲେ। ଏସଆଇଆରର ପ୍ରାରମ୍ଭିକ ପର୍ଯ୍ୟାୟ ଏବେ ପୁରା ହୋଇଛି। ୧ ଅଗଷ୍ଟ ୨୦୨୫ରେ ବିହାରର ଡ୍ରାଫ୍ଟ ଭୋଟର ଲିଷ୍ଟ ଜାରି ହେବ। ଏହା ନିର୍ବାଚନ ଆୟୋଗଙ୍କ ୱେବସାଇଟରେ ଉପଲବ୍ଧ ହେବ। 

ଇସିଆଇ ଜ୍ଞାନେଶ କୁମାର କହିଛନ୍ତି ଯେ ରାଜ୍ୟର ସମସ୍ତ ୩୮ ଜିଲ୍ଲା ନିର୍ବାଚନ ଅଧିକାରୀ (ଡିଇଓ) ବିହାରର ସମସ୍ତ ୩୮ ଜିଲ୍ଲାର ମାନ୍ୟତା ପ୍ରାପ୍ତ ରାଜନୈତିକ ଦଳଙ୍କୁ ଏହାର ଫିଜିକାଲ ଓ ଡିଜିଟାଲ କପି ମଧ୍ୟ ଦିଆଯିବ। ସେ କହିଛନ୍ତି ଯେ ବିହାର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଏବଂ ୨୪୩ନିର୍ବାଚକ ନିବନ୍ଧନ ଅଧିକାରୀ (ଇଆରଓ) ସେହି ବିଧାନସଭା କ୍ଷେତ୍ରର କୌଣସି ଭଟର ଅଥବା ବିହାରର କୌଣସି ମାନ୍ୟତା ପ୍ରାପ୍ତ ରାଜନୈତିକ ଦଳକୁ ୧ ଅଗଷ୍ଟରୁ ୧ ସେପ୍ଟେମ୍ବର ମଧ୍ୟରେ କେହି ବି ବାଦ ପଡିଥିବା ପାତ୍ର ଭୋଟରଙ୍କ ନାମ ଯୋଡିବାକୁ ଓ ଅଯୋଗ୍ୟ ଭୋଟରଙ୍କ ନାମ ହଟାଇବାକୁ ଅଥବା ଡ୍ରାଫ୍ଟ ଭୋଟର ଲିଷ୍ଟରେ କୌଣସି ପ୍ରକାରର ସୁଧାର କରିବାକୁ ଦାବି ଓ ଆପତ୍ତି ପ୍ରଦାନ ହେତୁ ଆମନ୍ତ୍ରିତ କରାଯିବ। 

ବିହାର ଏସଆଇଆରକୁ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଥିଲେ। କହିଥିଲେ ଯଦି ସାମୂହିକ ରୂପେ ଭୋଟରଙ୍କୁ ବାହାର କରିବାର ଆଶଙ୍କା ଉପୁଜେ ତେବେ ଏଥିରେ କୋର୍ଟ ହସ୍ତକ୍ଷେପ କରିବେ। ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ ଏସଆଇଆରରେ ଯୋଗ୍ୟ ନାଗରିକଙ୍କୁ କାଗଜପତ୍ର ଅଭାବ ଦର୍ଶାଇ ଭୋଟ ଦେବା ଅଧିକାରରୁ ବଞ୍ଚିତ କରିଦିଆଯିବ। ବିରୋଧୀ ଦଳ ଏହା ମଧ୍ୟ ସନ୍ଦେହ କରିଛନ୍ତି ଯେ ବିହାରରେ ସ୍ଥାନୀୟ ନିର୍ବାଚନ ମେସିନାରୀକୁ କ୍ଷମତାସୀନ ବିଜେପି ଓ ଜେଡିୟୁ ମେଣ୍ଟ ନିଜର ଲାଭ ପାଇଁ ହେରଫେର କରିପାରନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.