ଜୟପୁର,୨୫ /୦୩: ଦୁର୍ଘଟଣାରେ ଜୀବନ ହାରିଲେ ଅଭିନେତ୍ରୀ । ସୋମବାର ରାତିରେ ଏକ ଭୟଙ୍କର ଦୁର୍ଘଟଣାରେ ଅଭିନେତ୍ରୀ ତଥା ମଡେଲ ହର୍ଷିଲ କାଲିୟା ପ୍ରାଣ ହରାଇଛନ୍ତି । ତାଙ୍କ କାର୍ ଭାରସାମ୍ୟ ହରାଇ ଏକ ଡିଭାଇଡରରେ ପିଟି ହୋଇଯାଇଥିଲା । ଯେଉଁଥିରେ ହର୍ଷିଲ ଗୁରୁତର ହୋଇପଡିଥିଲେ ।

ସିସିଟିଭି ଫୁଟେଜ ଅନୁସାରେ, ହର୍ଷିଲଙ୍କ କାର୍ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଡିଭାଇଡରେ ପିଟି ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏହା ଓଲଟି ଯାଇଥିଲା । କାରରେ ବସିଥିବା ୩୦ ବର୍ଷୀୟା ଅଭିନେତ୍ରୀ ଗୁରୁତର ଆହତ ହୋଇଥିଲେ ।

କେଉଁଠି ଘଟିଛି ଦୁର୍ଘଟଣା

ପୋଲିସର କହିବାନୁସାରେ, ରାଜସ୍ଥାନ ଜୟପୁରର ସିପ୍ରା ପାଥ୍ ରୋଡରେ ଦୁର୍ଘଟଣା ଘଟିଛି । ହର୍ଷିଲ ଅନେକ ଓ୍ୱେବ ସିରିଜରେ କାମ କରିଛନ୍ତି । ସେ କ୍ରାଇମ୍ ନେକ୍ସଟ୍ ଡୋରରେ କାମ କରିଥିବା ବେଳେ କିଛି ରାଜସ୍ଥାନୀ ମ୍ୟୁଜିକ୍ ଭିଡିଓରେ ନଜର ଆସିଛନ୍ତି । କାମ ସାରି ଘରକୁ ଫେରୁଥିବା ବେଳେ ସେ ଦୁର୍ଘଟଣାର ଶିକାର ହୋଇଥିବା କୁହାଯାଉଛି । ତେବେ ତାଙ୍କ କାର୍ କିପରି ଭାରସାମ୍ୟ ହରାଇଲା ତାହା ଏବେସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।

ହର୍ଷିଲଙ୍କ ଦୁର୍ଘଟଣା ପରେ ଘଟଣାସ୍ଥଳରେଭିଡ ଲାଗିଥିଲା । ସ୍ଥାନୀୟ ଲୋକେ ଦୁର୍ଘଟଣାସ୍ଥଳରେ ପହଁଚି କାର ମଧ୍ୟରୁ ଅଭିନେତ୍ରୀଙ୍କୁ ଉଦ୍ଧାର କରିଥିଲେ । ତୁରନ୍ତ ସେମାନେ ଗୁରୁତର ଅଭିନେତ୍ରୀଙ୍କ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହସ୍ପିଟାଲରେ ଡାକ୍ତରମାନେ ପରୀକ୍ଷା ନିରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଡାକ୍ତର ସୂଚନା ଦେଇଛନ୍ତି

ମଡେଲ ଭାବେ ସୁନାମ

ଓ୍ୱେବ୍ ସିରିଜରେ କାମ କରିବା ହର୍ଷିଲ ମଡେଲିଂ ଦୁନିଆରେ ଖୁବ୍ ଖ୍ୟାତି ଅର୍ଜନ କରିଥିଲେ । ଇନଷ୍ଟାଗ୍ରାମରେ ତାଙ୍କରେ ଲକ୍ଷ ଲକ୍ଷ ଫଲୋଅର୍ସ ରହିଛନ୍ତି । ତେବେ ତାଙ୍କ ମୃତ୍ୟୁରେ ଫ୍ୟାନ୍ସ ଏବଂ ପ୍ରଶଂସକମାନେ ଖୁବ୍ ବ୍ୟଥୀତ ହୋଇପଡିଛନ୍ତି ।