News7 Logo

ଭାରତ ବିଷୟରେ ପୁଣି କହିଲେ ଟ୍ରମ୍ପ, ଶୁଳ୍କ ଲାଗୁ କରିନଥିଲେ ସେମାନେ କେବେବି ଜିରୋ ଟାରିଫ୍ ଦେଇନଥାନ୍ତେ

NEWS7
trump

ନୂଆଦିଲ୍ଲୀ ୦୩/୦୯ : ଟାରିଫ୍ ଓ୍ୱାରକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚିତ ଆମେରିକା ରାଷ୍ଟ୍ରପତି । ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କର ଶୁଳ୍କ ଯୁଦ୍ଧ ସାରା ବିଶ୍ୱରେ ଅଶାନ୍ତି ସୃଷ୍ଟି କରିଛି । ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କକୁ ବିରୋଧ କରାଯାଉଛି । ଏବେ ଟ୍ରମ୍ପ ପୁଣି ଥରେ ଭାରତ ଉପରେ ଶୁଳ୍କ ବିଷୟରେ ଏକ ବଡ଼ ବୟାନ ଦେଇଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ ସ୍କଟ୍ ଜେନିଙ୍ଗସ୍ ସହିତ ଏକ ପଡକାଷ୍ଟରେ କହିଛନ୍ତି ଯେ ଶୁଳ୍କ ଲାଗୁ ହେବା ପରେ, ଭାରତ ମୋତେ ରିହାତି ଦେଇଥିଲା । ଏବେ ଭାରତ ଉପରେ ଆଉ ଶୁଳ୍କ ଲାଗିବ ନାହିଁ । ଆଉ ଶୁଳ୍କ ନାହିଁ । ଯଦି ମୁଁ ଭାରତ ଉପରେ ଶୁଳ୍କ ଲାଗୁ କରିନଥାନ୍ତି, ତେବେ ସେମାନେ ଏହି ପ୍ରସ୍ତାବ ମଧ୍ୟ ଦେଇନଥାନ୍ତେ। 

ପୂର୍ବରୁ, ଟ୍ରମ୍ପ କହିଥିଲେ ଯେ ଭାରତ ସମସ୍ତ ଶୁଳ୍କକୁ 'ଜିରୋ' କରିବାକୁ ପ୍ରସ୍ତାବ ଦେଇଥିଲା । ଯେତେବେଳେ ସେ ଏହା ମଧ୍ୟ କହିଥିଲେ ଯେ ଏବେ ବହୁତ ଡେରି ହୋଇଗଲାଣି । ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ କହିଥିଲେ ଯେ କିଛି ଲୋକ ଭାବନ୍ତି ଯେ ଆମେ ଭାରତ ସହିତ ବହୁତ କମ୍ ବାଣିଜ୍ୟ କରୁ । କିନ୍ତୁ ସେମାନେ ଆମ ସହିତ ବହୁତ ବାଣିଜ୍ୟ କରନ୍ତି  । ସେମାନେ ଆମକୁ ବହୁତ ପରିମାଣର ସାମଗ୍ରୀ ବିକ୍ରୟ କରିବେ କିନ୍ତୁ ଆମେ ସେମାନଙ୍କୁ ବହୁତ କମ୍ ସାମଗ୍ରୀ ବିକ୍ରୟ କରୁ। 

ଗତ ମାସରେ ଅଗଷ୍ଟ ମାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ। ଏଥିରେ ଅଗଷ୍ଟ ୭ ତାରିଖରେ ଆମେରିକାରେ ଭାରତୀୟ ଆମଦାନୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରାଯାଇଥିଲା । ଅଗଷ୍ଟ ୨୭ ତାରିଖରେ ରୁଷରୁ ତୈଳ କ୍ରୟ ଜାରି ରଖିବା ପାଇଁ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରାଯାଇଥିଲା । ଟ୍ରମ୍ପ ଏହି ବିବୃତ୍ତି ଏପରି ଏକ ସମୟରେ ଦେଇଛନ୍ତି ଯେତେବେଳେ ଚୀନର ଅଧ୍ୟକ୍ଷତାରେ ସାଂଘାଇ ସହଯୋଗ ସଂଗଠନରେ ଆୟୋଜିତ ହୋଇଥିଲା ।

ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମେତ ଅନେକ ଦେଶର ରାଷ୍ଟ୍ରମୁଖ୍ୟ ଯୋଗ ଦେଇଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ପୁନର୍ବାର କହିଥିଲେ ଯେ ଭାରତ ଏହାର ଘରୋଇ ଚିନ୍ତାକୁ ପ୍ରାଥମିକତା ଦେବ । ଚାଷୀ, କ୍ଷୁଦ୍ର ଶିଳ୍ପ ଓ ପଶୁପାଳନ ଚାଷୀଙ୍କ ସ୍ୱାର୍ଥ ସହିତ କୌଣସି ପ୍ରକାରର ସାଲିସ କରିବ ନାହିଁ।