News7 Logo

ଟ୍ରମ୍ପଙ୍କ ଟାରିଫ୍‌ ଧମକ ମଧ୍ୟରେ ଭାରତ ସହ ସଂପର୍କ ନେଇ ରୁଷ୍‌ର ପ୍ରତିକ୍ରିୟା , କହିଲା - କେବେ ସରିବନି ଆମ ବନ୍ଧୁତା

NEWS7
-

ନୂଆଦିଲ୍ଲୀ – ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଟାରିଫ୍‌ ଧମକ ମଧ୍ୟରେ ରୁଷ୍ ଭାରତ ସହ ନିଜର ବନ୍ଧୁତ୍ୱ ଆହୁରି ଦୃଢ କରିଛି। ରୁଷ୍‌ ପକ୍ଷରୁ କୁହାଯାଇଛି ଯେ, ଭାରତ ଓ ତାର ବନ୍ଧୁତା ଭାଙ୍ଗିବାକୁ ଯେତେ ବି ଚେଷ୍ଟା କରାଯାଉଛି, ସେ ସବୁ ଶେଷରେ ଅସଫଳ ହିଁ ହେବ। ରୁଷ୍‌ର ବୈଦେଶିକ ମନ୍ତ୍ରଣାଳୟ ଟ୍ରମ୍ପ ଓ ବିଶ୍ୱର ଶକ୍ତିମାନଙ୍କ ଦ୍ୱାରା ଭାରତ ଉପରେ ପକାଯାଉଥିବା ଚାପକୁ ନୂଆ ଦିଲ୍ଲୀ ଯେଉଁ ପରି ସମ୍ଭାଳିଛି ଏହାକୁ ମଧ୍ୟ ପ୍ରଶଂସା କରିଛି।

ନ୍ୟୁଜ୍‌ ପୋର୍ଟଲ ଆରଟିର ପ୍ରଶ୍ନର ଉତ୍ତର ଦେଇ ରୁଷ୍‌ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ସେ ଏହା କଥାର ସ୍ୱାଗତ କରୁଛନ୍ତି ଯେ, ଭାରତ ଚାପ ଓ ଧମକ ସତ୍ତ୍ୱେ ମଧ୍ୟ ରୁଷ୍‌ ସହ ବହୁମୁଖୀ ସହଯୋଗ ଜାରି ରଖିବା ଏବଂ ବିସ୍ତାର କରିବା ପାଇଁ ପ୍ରତିବଦ୍ଧ ରହିଛି।  ରୁଷ୍‌ ଅଧିକାରୀମାନେ କହିଛନ୍ତି , ସତ କହିବି ତ ଆମ ପାଇଁ ଏହା ବ୍ୟତୀତ ଆଉ କିଛି କଳ୍ପନା କରିବା ବହୁତ ମୁସ୍କିଲ ହେବ। ଭାରତ ଓ ରୁଷ୍‌ ମଧ୍ୟରେ ସମ୍ୱନ୍ଧ ଲଗାତାର ଆତ୍ମବିଶ୍ୱାସ ଓ ପାରସ୍ପରିକ ସହଯୋଗର ସହ ଆଗକୁ ବଢୁଛି। ଏହି ପ୍ରକ୍ରିୟାକୁ ଭାଙ୍ଗିବା ପାଇଁ ଯେତେ ବି ପ୍ରୟାସ କରାଯାଉଛି ,ଏହା ଅସଫଳ ହେବା ନିଶ୍ଚିତ।

ରୁଷ୍ ମନ୍ତ୍ରଣାଳୟ କହିଛି ଯେ, ଦୁଇ ଦେଶର ସହଭାଗୀତା ସାର୍ବଭୌମତ୍ୱର ସର୍ବୋଚ୍ଚ ମୂଲ୍ୟ ଓ ନାଗରିକଙ୍କ ସ୍ୱାର୍ଥ ଏବଂ ଜାତୀୟ ସ୍ୱାର୍ଥର ସର୍ବୋଚ୍ଚତା ଉପରେ ଆଧାରିତ। ଏହି କାରଣ ଯେ,ଆମର ସମ୍ପର୍କ ଦଶନ୍ଧି ଧରି ନିର୍ଭରଯୋଗ୍ୟ ଓ ଅତୁଟ ରହିଛି।

ରୁଷୀୟ ଅଧିକାରୀମାନେ କହିଛନ୍ତି ଯେ, ବିଶ୍ୱ ଚାପ ସତ୍ତ୍ୱେ ଦୁଇ ଦେଶ ଏକ ବଡ଼ ପରିମାଣର ମିଳିତ ପ୍ରକଳ୍ପ ଉପରେ କାମ କରୁଛନ୍ତି।ଏଥିରେ ବେସାମରିକ ଏବଂ ସାମରିକ କ୍ଷମତା ବୃଦ୍ଧି , ମାନବଯୁକ୍ତ ମହାକାଶ ମିଶନ , ପରମାଣୁ ଶକ୍ତି ଓ ରୁଷୀୟ ତୈଳ ଅନୁସନ୍ଧନରେ ଭାରତୀୟ ନିବେଶ ଭଳି ପ୍ରକଳ୍ପ ଅନ୍ତର୍ଭୁକ୍ତ।