News7 Logo

ଗାଈ ପେଟରୁ ବାହାରିଲା ୨୮ କିଲୋ ପ୍ଲାଷ୍ଟିକ୍ , ୪୧ଟି ଲୁହା କଣ୍ଟା, ସର୍ଜରୀ କରୁଥିବା ଡାକ୍ତର ଦେଖି ଆଶ୍ଚର୍ଯ୍ୟ

NEWS7
-

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଡାକ୍ତରମାନେ ସର୍ଜରୀ କରିବା ପରେ ଏକ ଗର୍ଭବତୀ ଗାଈ ପେଟରୁ ୨୮ କିଲୋଗ୍ରାମ୍‌ ପ୍ଲାଷ୍ଟିକ୍‌ , ୪୧ଟି ଲୁହା କଣ୍ଟା, କପଡା ଓ ରଶି ଆଦି ବାହାରିଛି। ଗାଈଟି ଗତ ୪-୫ ଦିନରୁ ଖାଦ୍ୟପେୟ ବନ୍ଦ କରି ଦେଇ ଥିଲା।

ସୂଚନା ଅନୁସାାରେ , ହିମାଚଳ ପ୍ରଦେଶର ଉନାରେ ଏକ ସରକାରୀ ପଶୁ ଚିକିତ୍ସାଳୟର ଡାକ୍ତରମାନେ ଏକ ଗର୍ଭବତୀ ଗାଈର ପେଟରୁ ୨୮ କିଲୋ ପ୍ଲାଷ୍ଟିକ୍‌ ଓ ୪୧ଟି ଧାତୁର କଣ୍ଟା ସମେତ ଅନ୍ୟ ଜିନିଷ ସବୁ ବାହାର କରିଥିଲେ। ଏହି ଜଟିଳ ସର୍ଜରୀ ଶନିବାର ବରନୋହ ସ୍ଥିତ କ୍ଷେତ୍ରୀୟ ପଶୁ ଚିକିତ୍ସାଳୟରେ ହସ୍ପିଟାଲ ପ୍ରଭାରୀ ଡାକ୍ତର ନିଶାନ୍ତ ରନୌତଙ୍କ ନେତୃତ୍ୱରେ ଡାକ୍ତରଙ୍କ ଏକ ଟିମ୍‌ ଦ୍ୱାରା କରାଯାଇଛି। ଗାଈର ପେଟରୁ ବାହାରି ଥିବା ଏତେ ସବୁ ଜିନିଷ ଦେଖି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଡାକ୍ତର ରନୌତ କହିଛନ୍ତି, ସର୍ଜରୀ ପରେ ଗାଈର ସ୍ୱାସ୍ଥ୍ୟରେ ସୁଧାର ଆଣିବା ପାଇଁ ଭେଟନାରୀ ଡାକ୍ତର ସାତ ଦିନ ଯାଏ ତାର ଅନୁଧ୍ୟାନ କରିବେ।

ଗର୍ଭବତୀ ଗାଈକୁ କଲରୁହୀ ନିବାସୀ ବିପିନ କୁମାର ଓ ଅନ୍ୟ ସ୍ଥାନୀୟ ଲୋକ ହସ୍ପିଟାଲ ଆଣି ଥିଲେ। ଡାକ୍ତର ରନୌତ କହିଛନ୍ତି ଯେ, ଗାଈ ଗତ ୪-୫ ଦିନରୁ ଖାଦ୍ୟପେୟ ବନ୍ଦ କରି ଦେଇ ଥିଲା।ପ୍ରାରମ୍ଭିକ ଯାଞ୍ଚ ବେଳେ ଡାକ୍ତରଙ୍କୁ ତାର ପେଟରେ ଅପ୍ରାକୃତିକ ଜିନିଷ ଥିବାର ସନ୍ଦେହ ହୋଇଥିଲା। ଅନେକ ଟେଷ୍ଟ କରାଯାଇଛି ଏବଂ ସର୍ଜରୀ କରିବାର ନିଷ୍ପତ୍ତି କରାଯାଇଛି। ସେ କହିଛନ୍ତି ଯେ, ଗାଈର ପେଟରୁ ୨୮ କିଲୋ ପ୍ଲାଷ୍ଟିକ୍‌ , କପଡା , ରଶି ଓ ୪୧ କିଲୋର ଧାତୁର ଅନେକ ଟୁକୁଡ଼ା ବାହାରି ଥିଲା।

ସେ କହିଛନ୍ତି , ଏବେସୁଦ୍ଧା ଏହି ପଶୁ ଚିକିତ୍ସାଳୟରେ ବଡ଼ ଡାୟାଫ୍ରାମିକ ହର୍ନିଆ ଭଳି ୫୩ଟି ଜଟିଳ ସର୍ଜରୀ ସଫଳତାପୂର୍ବକ କରାଯାଇ ସାରିଛି। ଏଠାରେ ସବୁ ପ୍ରକାରର ପଶୁ ସର୍ଜରୀ , ରକ୍ତ ପରୀକ୍ଷଣ ଓ ଅଲଟ୍ରାସାଉଣ୍ଡ ଭଳି ଆଧୁନିକ ସୁବିଧା ଉପଲବ୍ଧ ରହିଛି। ଏଠାରେ ହସ୍ପିଟାଲ ବଡ଼ ବଡ଼ ପଶୁଙ୍କ ଚିକିତ୍ସା ପାଇଁ ଅଞ୍ଚଳରେ ଏକ ପ୍ରମୁଖ କେନ୍ଦ୍ର ଭାବେ ଜଣାଯାଇଛି।