କେମିତି ହେଲା ମ୍ୟାନେଜରଙ୍କ ମୃତ୍ୟୁ ? ଶନିବାର ରାତିରେ କରୁଥିଲେ ଭୋଜି

NEWS7
dmrc-warning-in-rrr-style-nacho-nacho-song-who-making-reels-in-train

ରାଉରକେଲା ୨୧।୦୨ : ମେଡିସିନ୍ କମ୍ପାନୀ ମ୍ୟାନେଜରଙ୍କ ସନ୍ଦେହଜନକ ମୃତ୍ୟୁ । ମେଡିସିନ୍ କମ୍ପାନୀ ମ୍ୟାନେଜର ଭାଗିରଥୀ ସାହୁଙ୍କ ମୃତ୍ୟୁ ହୋଇଛି । ମୃତ ଭାଗିରଥୀ ସାହୁଙ୍କ ଘର ଜଗତସିଂହପୁର ନୂଆଗାଁ ଅଞ୍ଚଳରେ ବୋଲି ଜଣାପଡିଛି । ବିଳମ୍ବିତ ରାତିରେ ମ୍ୟାନେଜରଙ୍କ ମୃତ୍ୟୁ ହୋଇଛି । ହେଲେ ଏବେ ଯାଏଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ଏ ଖବର ବି ପଢନ୍ତୁ:-ଟ୍ରକ ପଛରେ ପିଟି ହେଲା କାର୍, ଚାଲିଗଲା ୨ ଜୀବନ

ଖବର ଅନୁଯାୟୀ, ମୃତ ମ୍ୟାନେଜରଙ୍କ ସହ ଦୁଇ ଜଣ ଏକାଠି ହୋଇ ଏକ ଭଡ଼ା ଘରେ ମିଶି ଭୋଜି କରୁଥିଲେ । ପୂର୍ବରୁ ଦୁଇ ଜଣ ସାଥୀଙ୍କ ସହିତ କୌଣସି କଥାକୁ ନେଇ ବିବାଦ ହୋଇଥିଲା । ଯାହାକୁ ସମାଧାନ କରିବା ପାଇଁ ଶୁକ୍ରବାର ରାତିରେ ଉଭୟ ଏକାଠି ମିଶି ଭୋଜି କରୁଥିଲେ । ହେଲେ ଶନିବାର ଦିନ ସକାଳୁ ମ୍ୟାନେଜର ଭାଗିରଥୀ ସାହୁଙ୍କ ମୃତଦେହ ମିଳିଛି । ଜଣେ ସାଥୀ ଫେରାର ଥିବା ବେଳେ ଅନ୍ୟ ଜଣେ ଫେରାର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ତେବେ କିଏ ହତ୍ୟା କରିଛି ନା ମୃତ୍ୟୁ ପଛରେ ଆଉ କଣ କାରଣ ରହିଛି । ସବୁ ଦିଗକୁ ନେଇ ତଦନ୍ତ କରୁଛି ରଘୁନାଥପଲ୍ଲୀ ପୋଲିସ । ଖାସ୍‌ କରି ପୂର୍ବ ବିବାଦର ଲିଙ୍କ୍‌ ନେଇ ମଧ୍ୟ ତଦନ୍ତ କରୁଛି ପୋଲିସ ।

ଏ ଖବର ବି ପଢନ୍ତୁ:- ଧସିଲା କୋଲାବ ପୋଲ : ଯାତାୟତ ଠପ୍, ଭୟଭୀତ ଲୋକେ