କାଲିଫର୍ଣ୍ଣିଆ: ଆମେରିକୀୟ ସହର କାଲିଫର୍ଣ୍ଣିଆରେ ଦୀପାବଳି ଛୁଟିକୁ ବାତିଲ କରିଦିଆଯାଇଛି। କାଲିଫର୍ଣ୍ଣିଆ କୋର୍ଟ ଦୀପାବଳିକୁ ଅଧିକାରୀକ ରାଜ୍ୟ ଅବକାଶ କରୁଥିବା ଆଇନକୁ ଅସାମ୍ବିଧାନିକ କହି ରଦ୍ଦ କରିଦେଇଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏହି ନିଷ୍ପତ୍ତି ଦୀପାବଳିର ମହତ୍ୱ ଅଥବା ଏହାର ଉତ୍ସବ ବିରୋଧରେ ନୁହେଁ, ବରଂ ଆମେରିକୀୟ ସମ୍ବିଧାନରେ ଧର୍ମ ଓ ରାଜ୍ୟର ଅଲଗା ଅଲଗା ସିଦ୍ଧାନ୍ତ ରକ୍ଷା ନିମନ୍ତେ ବୋଲି କହିଛନ୍ତି। ଏଣୁ ଦୀପାବଳି ଅବସରରେ ମିଳୁଥିବା ସାର୍ବଜନିକ ଛୁଟି ଆଗକୁ ଆଉ ମିଳିବ ନାହିଁ।

କୋର୍ଟଙ୍କ କହିବା କଥା ହେଉଛି ଯଦି ସରକାର କୌଣସି ଏକ ଧାର୍ମିକ ପର୍ବକୁ ଅଧିକାରୀକ ଅବକାଶ ପ୍ରଦାନ କରନ୍ତି ତେବେ ଏହାକୁ କୌଣସି ବିଶେଷ ଧର୍ମ ପ୍ରତି ସରକାରଙ୍କ ସମର୍ଥନ ରୂପେ ଦେଖାଯାଇପାରେ। ଏହା ଆମେରିକୀୟ ସମ୍ବିଧାନ ଭାବନାର ବିପରୀତ ବୋଲି କହିଛନ୍ତି। ଏଣୁ ଆମେରିକୀୟ ରାଜ୍ୟ କାଲିଫର୍ଣ୍ଣିଆ ଏପର୍ଯ୍ୟନ୍ତ ଦୀପାବଳିରେ ହୋଇ ଆସୁଥିବା ସରକାରୀ ଛୁଟି ଆଉ ହେବ ନାହିଁ। ଦୀପାବଳି ଉତ୍ସବ ଭାରତରେ ଧୁମଧାମରେ ପାଳନ କରାଯାଏ। ଭାରତୀୟଙ୍କ ଆଲୋକର ପର୍ବ ଆମେରିକାରେ ମଧ୍ୟ ବେଶ୍ ଲୋକପ୍ରୀୟ।

ଆମେରିକା ରାଷ୍ଟ୍ରପତି ଭବନରେ ମଧ୍ୟ ଦୀପାବଳି ଉତ୍ସବ ପାଳିତ ହୁଏ। ଏଥିରେ ଆତଶବାଜୀ ମଧ୍ୟ ହୋଇଥାଏ। ତେବେ କାଲିଫର୍ଣ୍ଣିୟା ରାଜ୍ୟ ଆଉ ଏକ ପାଦ ଆଗକୁ ଯାଇ ଏହି ଦିନଟିକୁ ଅଧିକାରୀକ ଅବକାଶ ଘୋଷଣା କରିଥିଲା। ହେଲେ କୋର୍ଟ ଏହାକୁ ନେଇ ଉଦବେଗ ପ୍ରକାଶ କରିଥିବା ବେଳେ ଆମେରିକାରେ ଏପରି କୌଣସି ଛୁଟି ଦିନ ନଥାଏ ବୋଲି କହିଛନ୍ତି। ଏଣୁ କାଲିଫର୍ଣ୍ଣିଆରେ ଆଗକୁ ଦୀପାବଳି ଉତ୍ସବ ବିନା ସରକାରୀ ଛୁଟିରେ ପାଳିତ ହେବ।