ମୁମ୍ଵାଇ ୧୬।୦୯; ମୁମ୍ବାଇରେ ଜମିଥିଲା ଗଣପତି ବାପ୍ପାଙ୍କ ଦରବାର। ଅମ୍ବାନୀ ପରିବାରର ଗଣେଶ ଚତୁର୍ଥୀ ଉତ୍ସବରେ ଗୋଟିଏ ପରେ ଗୋଟିଏ ବଲିଉଡ୍ ଷ୍ଟାର୍ଙ୍କ ଗ୍ଲାମରସ୍ ଏଣ୍ଟ୍ରି ହୋଇଥିଲା। ଆଉ ଏହି ଷ୍ଟାର୍ ମେଳାରେ ନଜର ଆସିଥିଲେ ଅଭିନେତ୍ରୀ ଦିଶା ପଟାନୀ। ଯାହାଙ୍କୁ ନେଇ ସୋସିଆଲ ମିଡିଆରେ ଖୁବ ହଇଚଇ ସୃଷ୍ଟି ହୋଇଥିଲା । ତେବେ କ’ଣ ଥିଲା ଦିଶାଙ୍କ ଲୁକରେ, ଯାହାକୁ ନେଇ ଟ୍ରୋଲରଙ୍କ ଟାର୍ଗେଟରେ ଆସିଲେ ଅଭିନେତ୍ରୀ ?

ଲାଲ୍ ଲେହେଙ୍ଗାରେ ଦିଶାଙ୍କ ଗ୍ଲାମରସ୍ ଲୁକ୍ କ୍ୟାମେରାରେ କଏଦ ହେବା ମାତ୍ରେ ସୋସିଆଲ୍ ମିଡିଆରେ ଭାଇରାଲ୍। ହେଲେ ତାଙ୍କ ଆଉଟ୍ରୁ ଅଧିକ ଚର୍ଚ୍ଚାକୁ ଆସିଲା ବ୍ଲାଉଜ୍ର ଡିପ୍ ନେକ୍ଲାଇନ୍। ବାସ୍, ଏହାପରେ ଆରମ୍ଭ ହେଲା ଅନ୍ଲାଇନ୍ରେ ତର୍କ-ବିତର୍କ।କିଛି ସୋସିଆଲ୍ ମିଡିଆ ୟୁଜର୍ ଧାର୍ମିକ ଉତ୍ସବରେ ଏଭଳି ପୋଷାକ ଚୟନକୁ ନେଇ ପ୍ରଶ୍ନ ଉଠାଇଥିଲେ ତ ଆଉ କେହି ଦିଶାଙ୍କୁ ଏଭଳି ଅବସରରେ ଅଧିକ ସଂଯତ ପୋଷାକ ପିନ୍ଧିବାକୁ କହିଥିଲେ । ତାଠାରୁ ଅଧିକ ଫ୍ୟାଶନ୍ ସେନ୍ସକୁ ନେଇ ସମାଲୋଚନା କରିଥିଲେ। ଏପରିକି କିଛି ମନ୍ତବ୍ୟରେ ଦିଶାଙ୍କ ଲୁକ୍କୁ ନେଇ ସିଧାସଳଖ ପ୍ରଶ୍ନ ଉଠିଥିଲା—ଗଣପତି ଉତ୍ସବ ଭଳି ଧାର୍ମିକ ଆୟୋଜନ ପାଇଁ ଏହି ଆଉଟ୍ଫିଟ୍ କେତେ ଉପଯୁକ୍ତ?

ଏହା ପ୍ରଥମ ଥର ନୁହେଁ, ଷ୍ଟାର୍ଙ୍କ ଫ୍ୟାଶନ୍ ସେନସ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ହୋଇଛି। ଏବେ ଏହା ସାଧାରଣ ଘଟଣା ପାଲଟିଗଲାଣି। ଦିଶାଙ୍କ କ୍ଷେତ୍ରରେ ମଧ୍ୟ ସମାନ ଚିତ୍ର ଦେଖାଯାଇଛି। ହେଲେ ଏହି ଟ୍ରୋଲିଂ ଉପରେ ଦିଶା ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ତେଣୁ ଏହି ଚର୍ଚ୍ଚା ଆଗକୁ କେଉଁ ମୋଡ଼ ନେବ, ସେଥିପାଇଁ ଅପେକ୍ଷା।