ନୂଆଦିଲ୍ଲୀ୨୦୧୪ ଲୋକସଭା ନିର୍ବାଚନରେ କଂଗ୍ରେସ ଦଳର ପରାଜୟ ପାଇଁ 'ଷଡଯନ୍ତ୍ର' କରିଥିଲେ ବିଦେଶୀ ଏଜେନ୍ସି ! ଆମେରିକାର କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା (ସିଆଇଏ) ଏବଂ ଇସ୍ରାଏଲର ମୋସାଦ ଷଡ଼ଯନ୍ତ୍ର କରି କଂଗ୍ରେସକୁ ହରାଇଥିଲେ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ଏବଂ ପୂର୍ବତନ ରାଜ୍ୟସଭା ସାଂସଦ କୁମାର କେତକର। ବିଦେଶୀ ଗୁପ୍ତଚର ସଂସ୍ଥାଗୁଡ଼ିକ ନୂଆଦିଲ୍ଲୀରେ ଏକ ସ୍ଥିର କଂଗ୍ରେସ ନେତୃତ୍ୱାଧୀନ ସରକାରକୁ ରୋକିବା ପାଇଁ ବଦ୍ଧପରିକର ଥିଲେ ବୋଲି ସେ ଦାବି କରିଛନ୍ତି।

କଂଗ୍ରେସ ଦ୍ୱାରା ଆୟୋଜିତ ଏକ ସମ୍ବିଧାନ ଦିବସ କାର୍ଯ୍ୟକ୍ରମରେ ଭାଷଣ ଦେଇ କେତକର ଯୁକ୍ତି ଦେଇଥିଲେ ଯେ ଦଳର ସଂଖ୍ୟାରେ ହଠାତ୍ ଏତେ ହ୍ରାସ ହେବା ଆଶ୍ଚର୍ଯ୍ୟକର। ୨୦୦୯ରେ ୨୦୬ ଆସନରୁ ୨୦୧୪ରେ ୪୪କୁ ଖସି ଆସିବା କେବଳ ଘରୋଇ ରାଜନୀତି ପାଇଁ ହୋଇପାରିବ ନାହିଁ। ଏବଂ ଏହା ଜନତାଙ୍କ ଜନାଦେଶ ବି ନୁହେଁ ବୋଲି ସେ କହିଛନ୍ତି।

ମନି କଣ୍ଟ୍ରୋଲ ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ, କେତକର ଦାବି କରିଛନ୍ତି ଯେ ୨୦୧୪ ନିର୍ବାଚନ ପୂର୍ବରୁ ଏକ ଖେଳ ଆରମ୍ଭ କରାଯାଇଥିଲା। କୌଣସି ପରିସ୍ଥିତିରେ ଯେମିତି କଂଗ୍ରେସର ଆସନ ସଂଖ୍ୟା ୨୦୬ ରୁ ବୃଦ୍ଧି କରା ନଯିବ ସେଥିପାଇଁ ଗେମ ଆରମ୍ଭ ହୋଇଥିଲା। ଭାରତରେ ଗେମ ଖେଳିବାକୁ ହେଲେ କଂଗ୍ରେସକୁ ହିଁ ତଳକୁ ଟାଣିବାକୁ ପଡ଼ିବ ବୋଲି ସେମାନେ ଭାବୁଥିଲେ ବୋଲି କେତକର ଅଭିଯୋଗ କରିଛନ୍ତି।

 

କେତକର କହିଛନ୍ତି ସିଆଇଏ ଏବଂ ଇସ୍ରାଏଲ୍‌ର ମୋସାଦ ୨୦୦୯ରେ ଯେମିତି କଂଗ୍ରେସ ୨୦୬ ଆସନ ହାତେଇଥିଲା ସେମିତି ୨୦୧୪ରେ ନ ହେଉ ବୋଲି ଦୁଇ ଏଜେନ୍ସି ନିଷ୍ପତ୍ତି ନେଇଥିଲେ। କାରଣ ଉଭୟ ଏଜେନ୍ସି ଭାବୁଥିଲେ ଯେ ଯଦି କଂଗ୍ରେସ କିମ୍ବା କଂଗ୍ରେସ ନେତୃତ୍ୱାଧୀନ ସ୍ଥିର ମେଣ୍ଟ ସରକାର ଆସିଗଲା ତେବେ ସେମାନେ ଭାରତର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରିପାରିବେ ନାହିଁ କିମ୍ବା ସେମାନଙ୍କ ସୁବିଧା ଅନୁସାରେ ପଲିସି ବନାଇପାରିବେ ନାହିଁ।  

କେତକର କହିଥିଲେ ଯେ ଏଥିପାଇଁ ମୋସାଦ ମୋସାଦ ଭାରତୀୟ ରାଜ୍ୟ ଏବଂ ନିର୍ବାଚନମଣ୍ଡଳୀ ବିଷୟରେ 'ବିସ୍ତୃତ ତଥ୍ୟ' ପ୍ରସ୍ତୁତ କରିଥିଲା। ଏବଂ ଫଳାଫଳକୁ ପ୍ରଭାବିତ କରିବା ପାଇଁ ସିଆଇଏ ଏବଂ ମୋସାଦ ବ୍ୟାପକ ନିର୍ବାଚନୀ ଡାଟାବେସ୍ ନିଜ ପାଖରେ ବଜାୟ ରଖିଛନ୍ତି।


​​​​​​​କେବଳ ସେତିକି ନୁହେଁ, ୨୦୧୪ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପ୍ରତି ଲୋକଙ୍କର କିଛି ଅଶନ୍ତୋଷ' ଥିଲା ବୋଲି ମଧ୍ୟ ସେ କହିଛନ୍ତି। ତେବେ ଏଥିପାଇଁ ଯେ କଂଗ୍ରେସର ୨୦୬ ଆସନରୁ ମାତ୍ର ୪୪କୁ ଖସି ଆସିବ ଏହା କୌଣସି ଯଥାର୍ଥ ରଖୁ ନାହିଁ ବୋଲି ସେ କହିଥିଲେ।