ରାସେଶ୍ବରୀଙ୍କୁ ଭେଟି ଆଶୀର୍ବାଦ ନେଲେ ଧର୍ମେନ୍ଦ୍ର, ପୋଷ୍ଟ କରି କହିଲେ ସୌଜନ୍ୟମୂଳକ ସାକ୍ଷାତ

Published By : Prameya-News7 Bureau | April 28, 2024 IST

ସମ୍ବଲପୁର୨୮/୪:ସମ୍ବଲପୁର ପୂର୍ବତନ ବିଧାୟିକା ଡ.ରାସେଶ୍ବରୀ ପାଣିଗ୍ରାହୀଙ୍କୁ ଭେଟି ଆଶୀର୍ବାଦ ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ସୌଜନ୍ୟମୂଳକ ସାକ୍ଷାତ ସହ ତାଙ୍କ ଆଶୀର୍ବାଦ କାମନା କରିଥିବା ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଧର୍ମେନ୍ଦ୍ର । ତେବେ ନିର୍ବାଚନ ସମୟରେ ଧର୍ମେନ୍ଦ୍ର ପ୍ରଧାନ ଓ ରାସେଶ୍ବରୀଙ୍କ ଭେଟଘାଟକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଚର୍ଚ୍ଚା ହେବାର ଯଥେଷ୍ଟ କାରଣ ବି ରହିଛି । କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ । 

ଦଳ ତାଙ୍କୁ ସମ୍ବଲପୁର ବିଧାନସଭା ପାଇଁ ଟିକେଟ ନଦେବାରୁ ଦଳ ଛାଡିଥିଲେ । ବିଜେଡି ଛାଡିଥିଲେ ବି ସେ ଅନ୍ୟ କୌଣସି ଦଳରେ ସାମିଲ ହେବେ ନାହିଁ, ସମାଜସେବା କରିବେ ବୋଲି ସ୍ପଷ୍ଚ କରିଥିଲେ ରାସେଶ୍ବରୀ। ତେବେ ଏହି ସୌଜନ୍ୟମୂଳକ ସାକ୍ଷାତ କେଉଁ ମୋଡ ନେଉଛି ତାକୁ ଅପେକ୍ଷା । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.