ଉଦଳା ୧୧/୫: ଉଦଳାରେ ତାଣ୍ଡବ ରଚିଲା କାଳବୈଶାଖୀ । ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅଠଣ ଗାଁର ମୁନା ସିଂ ୩ ଜଣ ସାଙ୍ଗଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିଲେ । ହଠାତ ବଜ୍ରପାତ ହେବାରୁ ଗୁରୁତର ହୋଇପଡିଥିଲେ ମୁନା । ତୁରନ୍ତ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ମୁନାଙ୍କର ମୃତ୍ୟୁ ହୋଇଛି । ସେହିପରି କାଳବୈଶାଖୀ ପ୍ରଭାବରେ ବସଷ୍ଟାଣ୍ଡ ନିକଟରେ ଥିବା ଦୋକାନ ଘର ଛପର ଉଡିଯାଇଛି । ସତସଙ୍ଗ ବିହାରରେ ଥିବା ବିରାଟ ଗଛ ପଡି ପାଚେରୀ ଭାଙ୍ଗି ଯାଇଛି ।
ରାଷ୍ଟ୍ରପତି ଭାବେ ମିଳେ କେଉଁ ସୁବିଧା? କେତେ ମିଳେ ଦର...