News7 Logo

ବିଧାନସଭାରେ ରୋଚକ ଦୃଶ୍ୟ, ଉପମୁଖ୍ୟମନ୍ତ୍ରୀଙ୍କ ବାଇଟ ନେଲେ ଉପମୁଖ୍ୟମନ୍ତ୍ରୀ

NEWS7
assembly

ଭୁବନେଶ୍ୱର ୧୮।୦୯ : ଉପମୁଖ୍ୟମନ୍ତ୍ରୀଙ୍କ ବାଇଟ ନେଲେ ଉପମୁଖ୍ୟମନ୍ତ୍ରୀ ବିଧାନସଭାରେ ବୁମ୍‌ ଧରି ପ୍ରଭାତୀଙ୍କ ବାଇଟ ନେଲେ କନକ ବର୍ଦ୍ଧନ। ଆଜିର ବିଧାନସଭାରେ ଏପରି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା

ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିବସ ମୁଲତବି ହେବା ପରେ ବିଧାନସଭା ପରିସରରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟମନ୍ତ୍ରୀ, ବାଚସ୍ପତି, ଉପ ମୁଖ୍ୟମନ୍ତ୍ରୀ  ଏବଂ ବିଧାୟକମାନଙ୍କ ପାଇଁ ଗଛ ଲଗାଇ ଥିଲେଏହି ସମୟରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ପ୍ରତିକ୍ରିୟା ନେବା ପାଇଁ ଗଣମାଧ୍ୟମ ପ୍ରତିନିଧି ଚେଷ୍ଟା କରିବା ସମୟରେ ସେ ଗଣମାଧ୍ୟମ ସଂସ୍ଥାର ବୁମଟି ନେଇଯାଇ ପାଖରେ ଗଛ ଲଗାଉଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ପ୍ରଶ୍ନ ପଚାରିଥିଲେ ଗଛ ଲଗାଇ ଆପଣଙ୍କୁ କିଭଳି ଲାଗୁଛି, ଏକ ପେଡ ମା କେ ନାମ କାର୍ଯ୍ୟକ୍ରମକୁ କେମିତି ଦେଖୁଛନ୍ତି ଏହିଭଳି ଅନେକ ପ୍ରଶ୍ନ ପଚାରିଥିଲେ କନକ ବର୍ଦ୍ଧନ ଯାହାକୁ ନେଇ ଗଣମାଧ୍ୟମ ପ୍ରତିନିଧି, ଉଭୟ ଉପ ମୁଖ୍ୟମନ୍ତ୍ରୀ ଏବଂ ପାଖରେ ଥିବା ବିଧାୟକମାନେ ଏହି ମଜାଦାର ସମୟକୁ ଉପଭୋଗ କରିଥିଲେ

​​​​​​​