News7 Logo

ଦିଲ୍ଲୀ ବନ୍ୟାରେ ପ୍ରଥମ ମୃତ୍ୟୁ , ଦୁଇ ଦିନରୁ ନିଖୋଜ ବ୍ୟକ୍ତିଙ୍କ ମିଳିଲା ମୃତଦେହ

NEWS7
-

ନୂଆଦିଲ୍ଲୀ – ଦିଲ୍ଲୀରେ ବନ୍ୟା ପାଣିରେ ବୁଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଦୁଇ ଦିନ ପୂର୍ବେ ଏହି ବ୍ୟକ୍ତିଙ୍କର ବହୁତ ଖୋଜାଖୋଜି ଚାଲିଥିଲା। ଏହାପରେ ଶୁକ୍ରବାର ତାଙ୍କର ମୃତଦେହକୁ ଉଦ୍ଧାର କରାଯାଇଛି। ଉତ୍ତରପୂର୍ବ ଦିଲ୍ଲୀର ଗଡି ମେନ୍ଧୁ ଗାଁରେ ଓମବୀର ନାମକ ବ୍ୟକ୍ତିଙ୍କ ଜୀବନ ଚାଲି ଯାଇଛି। ବର୍ତ୍ତମାନ ଯମୁନା ପାଣିରେ ସାଧାରଣ ହ୍ରାସ ଘଟିଛି, କିନ୍ତୁ ଦିଲ୍ଲୀର ଅନେକ ଅଞ୍ଚଳ ଏବେ ବି ବନ୍ୟା ପ୍ରଭାବିତ। ଯମୁନା କୂଳରେ ଥିବା ଅନେକ ଅଞ୍ଚଳରେ ଲୋକଙ୍କୁ ଘର ଛାଡ଼ିବାକୁ ପଡ଼ିଛି।

ପୁଲିସ୍‌ର କହିବାନୁସାରେ, ତାଙ୍କୁ ୩ ସେପ୍ଟେମ୍ୱରରେ ଗଡି ମେଣ୍ଡୁ ଗାଁରେ ଜଣେ ବ୍ୟକ୍ତିଙ୍କ ବୁଡ଼ିବାର ଆଶଙ୍କାର ସୂଚନା ମିଳିଥିଲା। ଜଣେ ପୁଲିସ ଅଧିକାରୀ କହିଥିଲେ, ଯାଞ୍ଚ ବେଳେ ଜଣାପଡ଼ିଲା ଯେ, ଓମବୀର ନାମକ ବ୍ୟକ୍ତିଙ୍କୁ ସକାଳ ସମୟ ପ୍ରାୟ ୮.୩୦ ଟାରେ ପୁସ୍ତା ପକ୍ଷରୁ ଗାଁ ଆଡ଼କୁ ଯିବାର ଦେଖିବାକୁ ମିଳିଥିଲା। କିନ୍ତୁ କେହି ତାଙ୍କୁ ବୁଡ଼ିବାର ଦେଖି ନାହାନ୍ତି।

ଉକ୍ତ ସୂଚନା ଆଧାରରେ ପୁଲିସ ଟିମ୍‌ ଡିଷ୍ଟ୍ରିକ୍ଟ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥୋରିଟି (ଡିଡିଏମଏ), ନ୍ୟାସନାଲ ଡିଜାଷ୍ଟର ରେସପନ୍ସ ଫୋର୍ସ ( ଏନଡିଆରଏଫ) ଓ ସ୍ଥାନୀୟ ଲୋକଙ୍କ ସହ ତଲାସୀ ଅଭିଯାନ ଚଲାଇଥିଲେ। ଖୁବ୍‌ ପ୍ରୟାସ ପରେ ମଧ୍ୟ ଓମ୍‌ବୀରଙ୍କ ବିଷୟରେ ଜଣାପଡ଼ି ନଥିଲା। ଶୁକ୍ରବାର ସକାଳ ପାଖାପାଖି ସମୟ ୧୧ଟାରେ ପୁଲିସ୍‌ ଟିମ୍‌ ରେସ୍କ୍ୟୁ କର୍ମିଙ୍କ ସହ ଆଉଥରେ ଗାଁର ଆଖପାଖ ଅଞ୍ଚଳରେ ତଲାସୀ ଅଭିଯାନ ଚଲାଇ ଥିଲେ ଏବଂ ଏହି ସମୟରେ ମୃତଦେହ ଉଦ୍ଧାର କରାଯାଇ ଥିଲା।

ମୃତଦେହକୁ ଜିଟିବି ହସ୍ପିଟାଲକୁ ପୋଷ୍ଟମର୍ଟମ ପାଇଁ ପଠାଯାଇ ଥିଲା। ପୁଲିସ ମାମଲାର ଯାଞ୍ଚରେ ଲାଗିଛି। ନର୍ଥଇଷ୍ଟ ଦିଲ୍ଲୀର ଅନେକ ଅଞ୍ଚଳ ବନ୍ୟା ପ୍ରଭାବିତ। ଗତ ସପ୍ତାହରେ ପ୍ରବଳ ବର୍ଷା ପରେ ଯମୁନାରେ ହରିଆଣାରୁ ଖୁବ୍‌ ପାଣି ଛଡ଼ା ଯାଇଛି। ଦିଲ୍ଲୀରେ ଯମୁନା ତଟର ନିକଟରେ ରହୁଥିବାହଜାର ହଜାର ଲୋକଙ୍କୁ ଘର ଛାଡ଼ି ଆଶ୍ରୟ କ୍ୟାମ୍ପକୁ ଯିବାକୁ ପଡ଼ିଛି। ସରକାର ଓ ପ୍ରଶାସନ ପକ୍ଷରି ଆଶ୍ରୟ କ୍ୟାମ୍ପ ଗୁଡ଼ିକରେ ଅନେକ ପ୍ରକାରର ବ୍ୟବସ୍ଥା କରାଯାଉଛି।