ନୂଆଦିଲ୍ଲୀ :ଦିଲ୍ଲୀର ଧୌଲା କୁଆଁ ନିକଟରେ ହୋଇଥିବା ବିଏମଡବ୍ଲ୍ୟୁ ଦୁର୍ଘଟଣାର ଅଭିଯୁକ୍ତ ଗଗନପ୍ରୀତ କୌରଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। କୋର୍ଟ ଗଗନପ୍ରୀତଙ୍କୁ ଜାମିନ ଦେଇଛନ୍ତି। ୧୪ ସେପ୍ଟେମ୍ୱରରେ ହୋଇଥିବା ଏହି ଦୁର୍ଘଟଣାରେ ଅର୍ଥ ମନ୍ତ୍ରଣାଳୟର ଜଣେ ଅଧିକାରୀ ନଭଜୋତ ସିଂହଙ୍କ ମୃତ୍ୟୁ ହୋଇ ଥିଲା। ତାଙ୍କ ପତ୍ନୀ ସନ୍ଦୀପ ଗୁରୁତର ହୋଇଥିଲେ। ପତ୍ନୀ ଅଭିଯୋଗ କରିଥିଲେ ଯେ, ଗାଡ଼ିରେ ଥିବା ପତି-ପତ୍ନୀ ତାଙ୍କୁ ନିକଟସ୍ଥ କୌଣସି ହସ୍ପିଟାଲକୁ ନନେଇ ୧୯ କିଲୋମିଟର ଦୂରରେ ଥିବା ଏକ ହସ୍ପିଟାଲକୁ ନେଇ ଯାଇ ଥିଲେ, ଯେଉଁଥିରେ ତାଙ୍କ ସ୍ୱାମୀଙ୍କୁ ସଠିକ୍‌ ସମୟରେ ଚିକିତ୍ସା ମିଳି ପାରିଲା ନାହିଁ  ଏବଂ ତାଙ୍କର ମୃତ୍ୟୁ ହୋଇଗଲା। ସେ ଦାବି କରିଥିଲେ ଯେ, ସେ ବାରମ୍ୱାର ତାଙ୍କୁ ଅନୁରୋଧ କରିଥିଲେ ଯେ, ମୋ ସ୍ୱାମୀଙ୍କୁ ତୁରନ୍ତ ଚିକିତ୍ସା ଜରୁରୀ , ପ୍ଲିଜ୍‌ କୌଣସି ନିକଟସ୍ଥ ହସ୍ପିଟାଲ ନେଇଯାଅ , କିନ୍ତୁ ସେ ଦୁଇ ଜଣଙ୍କ ମଧ୍ୟକୁ କେହି ବି ତାଙ୍କ କଥା ଶୁଣି ନଥିଲେ।

ରାୟ ଶୁଣାଇବା ପୂର୍ବରୁ କୋର୍ଟ କହିଥିଲେ ଯେ, କିଛି ହିଁ ସେକେଣ୍ଡରେ ଏକ ଆମ୍ୱୁଲାନ୍ସ ମଧ୍ୟ ସେଠାରେ ପହଞ୍ଚି ଯାଇଥିଲା ଏବଂ ୩୦ ସେକେଣ୍ଡ ଯାଏ ସେଠାରେ ରହିଥିଲା। କିନ୍ତୁ ଆହତଙ୍କୁ ହସ୍ପିଟାଲ ନିଆଗଲା ନାହିଁ। ସେହି ଆମ୍ୱୁଲାନ୍ସ ନିକଟରେ କୌଣସି ଏମର୍ଜେନ୍ସି ମଧ୍ୟ ନଥିଲା ଏବଂ ସେ ସେହି ନିକଟସ୍ଥ ଆର୍ମି ବେସ୍‌ ହସ୍ପିଟାଲ ଯାଉ ଥିଲା। ଏହି ଆମ୍ୱୁଲାନ୍ସର କଣ କରାଯିବା ଉଚିତ ? କୋର୍ଟ ପୁଲିସକୁ ପଚାରିଲେ ,ସେମାନେ କଣ ଅବହେଳା ଯୋଗୁଁ ମୃତ୍ୟୁ ଘଟାଇବାର ଯୋଗୁଁ ଦୋଷୀ ନୁହଁନ୍ତି ? କୋର୍ଟ କହି ଥିଲେ ଯେ, ପାରାମେଡିକ୍‌ ସହ ଆମ୍ୱୁଲାନ୍ସ ଆହତଙ୍କୁ ହସ୍ପିଟାଲ ନେଇଯିବା ପାଇଁ ବାଧ୍ୟ ଥିଲା। କୋର୍ଟ କହି ଥିଲେ ଯେ, ନର୍ସ ଆଖପାଖରେ ଠିଆ ହୋଇଥିବା ଲୋକଙ୍କୁ ପଚାରି ଥିଲେ ଯେ କାହାକୁ ସାହାଯ୍ୟ ଦରକାର। ସେଠାରେ ଏକ ଆମ୍ୱୁଲାନ୍ସ ପୂରା ପ୍ରସ୍ତୁତ ଥିଲା , ଯାହା ୩୦ ସେକେଣ୍ଡ ଭିତରେ ସେଠାରୁ ଚାଲି ଗଲା। ଏହା କଣ ଚିକିତ୍ସାରେ ଅବହେଳା ନୁହେଁ ?  

ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ତାଙ୍କୁ ଲକ୍ଷେ ଟଙ୍କାର ମୁଚଲିକା ଓ ସମାନ ଅର୍ଥର ଦୁଇ ଜାମିନଦାରରେ ଜାମିନ ପ୍ରଦାନ କରିଛନ୍ତି। କୋର୍ଟ ଗଗନପ୍ରୀତ କୌରଙ୍କୁ ନିଜର ପାସପୋର୍ଟ ଜମା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

କହି ରଖୁଛୁ କି, ଦିଲ୍ଲୀ କୋର୍ଟ ୨୫ ସେପ୍ଟେମ୍ୱରରେ ଦୁର୍ଘଟଣାର ଅଭିଯୁକ୍ତ ଗଗନପ୍ରୀତ କୌରଙ୍କ ଜାମିନ ଆବେଦନ ଉପରେ ରାୟ ଶନିବାର ଯାଏ ସଂରକ୍ଷିତ ରଖି ଥିଲେ। ଅଭିଯୋଗ ଯେ ଦୁର୍ଘଟଣା ସମୟରେ ଗଗନପ୍ରୀତ ହିଁ ଗାଡ଼ି ଚଲାଉ ଥିଲେ। ତାଙ୍କ ଗାଡ଼ି ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କର ବାଇକ୍‌କୁ ଧକ୍କା ଦେଇଥିଲା। ନଭଜୋତ ତାଙ୍କ ପତ୍ନୀଙ୍କ ସହ ବଙ୍ଗଳା ସାହିବ ଗୁରୁଦ୍ୱାରାରୁ ଦର୍ଶନ ସାରି ଫେରୁଥିଲେ। ଏହି ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏହା ପୂର୍ବରୁ ଗଗନପ୍ରୀତ କୌରଙ୍କୁ ୨୭ ସେପ୍ଟେମ୍ୱର ଯାଏ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇ ଥିଲା।