ବିଲରୁ ମିଳିଲା ଯୁବକଙ୍କ ମୃତଦେହ, ସକାଳୁ ବନ୍ଧୁଙ୍କ ସହ ବାଇକ୍‌ରେ ବାହାରିଥିଲେ

Published By : Prameya-News7 Bureau | July 31, 2025 IST

ଭଦ୍ରକ ୩୧।୦୭ : ବାଇକ୍‌ରେ ବନ୍ଧୁଙ୍କ ସହ ଘରୁ ବାହାରିଥିଲେ । କିନ୍ତୁ ବିଲରୁ ମିଳିଲା ମୃତଦେହ । ମୁହଁରେ ରହିଛି କ୍ଷତ ଚିହ୍ନ । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଗେଲଟୁଆ ଅଞ୍ଚଳରୁ ଆସିଛି ଏମିତି ଘଟଣା । 

ଖବର ଅନୁଯାୟୀ, ଗେଲଟୁଆ ଗାଁରେ ସନ୍ତୋଷ ମଲ୍ଲିକ ସକାଳୁ ଜନୈକ ବ୍ୟକ୍ତିଙ୍କ ସହ ବାଇକରେ ଘରୁ ବାହାରିଥିଲେ। ପରେ କୁଷଗଡିଆ ଓ ବଗମରା ରାସ୍ତା କଡ଼ରେ ଏକ ବ୍ୟକ୍ତି ବିଲରେ ପଡ଼ିଥିବାର ଲୋକେ ଦେଖିଥିଲେ। ବ୍ୟକ୍ତି ଜଣକ ସନ୍ତୋଷ ମଲ୍ଲିକ ବୋଲି ଜଣା ପଡ଼ିବା ପରେ ଲୋକେ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟଲୋକ। ଏପିରିକି ମୃତଦେହର ମୁହଁରେ କ୍ଷତ ଚିହ୍ନ ରହିଛି। ତେଣୁ ସ୍ଥାନୀୟ ଲୋକେ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି । କିନ୍ତୁ ଘଟଣାକୁ ନେଇ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ ହୋଇନଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.