ପୋଲିସ ହାତରେ ସାଇବର ଠକ ସ୍ୱାମୀ-ସ୍ତ୍ରୀ, ଅଧିକ ଲୋଭ ଦେଖାଇ ଲୋକଙ୍କୁ ଠକୁଥିଲେ

Published By : Prameya-News7 Bureau | April 18, 2024 IST

ଭୁବନେଶ୍ୱର ୧୮।୦୪: କମିଶନରେଟ ପୋଲିସ ହାତରେ ସାଇବର ଠକ ସ୍ବାମୀ-ସ୍ତ୍ରୀ ଗ୍ୟାଙ୍ଗ । ଏହି ଗ୍ୟାଙ୍ଗର  ୪ ଜଣ ସାଇବର ଠକ୍କୁ ଗିରଫ କରିଛି ସାଇବର ଥାନା ପୋଲିସ। ଗିରଫ ଅଭିଯୁକ୍ତ ହେଲେ ମାଷ୍ଟର ମାଇଣ୍ଡ ଗଞ୍ଜାମ ଜଗନ୍ନାଥ ପ୍ରସାଦରୁ ଆସି ଏୟାରଫିଲ୍ଡ ଥାନା ଏକାମ୍ର ବିହାରରେ ରହୁଥିବା ତୃପ୍ତି ରଂଜନ ପାତ୍ର ଓ ତାଙ୍କ ସ୍ତ୍ରୀ ବାନଲତା ସାହୁ । ବଲାଙ୍ଗୀର ଅଂଚଳର ମାନସ ରଂଜନ ସୁନା ଓ ଏୟାରଫିଲ୍ଡ ଥାନା କଣ୍ଟିଲୋ ଗ୍ରାମର ନିହାର ରଞ୍ଜନ ପାଇକରାୟ ।

ଖବର ଅନୁଯାୟୀ, ଟେଲିଗ୍ରାମ ଜରିଆରେ ଲୋକଙ୍କୁ ଠକୁଥିଲେ ଏହି ଗ୍ୟାଙ୍ଗ ଠାବ । ଭୁବନେଶ୍ବରରେ ବସି ସାରା ବିଶ୍ଵର ଲୋକଙ୍କୁ କରୁଥିଲେ ଠକେଇ । ନିବେଶ କରି ୨୦ ପ୍ରତିଶତ ହାରରେ ଟଙ୍କା ପାଇବା ନେଇ ଦିଆଯାଉଥିଲା ଲୋଭନୀୟ ଅଫର୍ । ଆକାଉଣ୍ଟ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରି ଲୋକଙ୍କୁ ଲଗାଇଥିଲେ ଚୂନା । ଗତ ୧୧ ତାରିଖରେ ମଞ୍ଚେଶ୍ୱରେ ଥାନା ବରିମୁଣ୍ଡ ଅଞ୍ଚଳର ଅବଦୁଲ ଆକବର ଖାନ ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲେ । ପାଖାପାଖି ୧୧ ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲେ । ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ତଦନ୍ତ ବେଳେ ୪୬ଟି ଆକାଉଣ୍ଟ , ମୁଖ୍ୟ ଅଭିଯୁକ୍ତ ଠାରୁ ଗୋଟିଏ ମୋବାଇଲ । ଆକାଉଣ୍ଟ ନେଣଦେଣ ସମ୍ପର୍କିତ ତଥ୍ୟ ଜବତ କରାଯାଇଛି ।

ସେପଟେ ଏବେ ସାମ୍ନାକୁ ଆସିଛି ନୂଆ ପ୍ରକାରର ସାଇବର ଠକେଇ । ଟେଲିଗ୍ରାମ ଜରିଆରେ ଏହି ଠକେଇ ହେଉଛି । ଆପେ ଆପେ ଏଥିରେ ଟେଲିଗ୍ରାମ୍ ଗ୍ରୁପ କରି ଦିଆଯାଉଛି । ଏଥିରେ ଅନ୍ୟ ସଦସ୍ୟ ସବୁ ଠକେଇ ଗ୍ରୁପର ରହିବା ସହ ଭଲ ବିନିଯୋଗ କରିବା ସହ ଭଲ ରିଟର୍ଣ୍ଣ ମଧ୍ୟ ପାଇଥିବା ନେଇ ସ୍କ୍ରିନ ସଟ ଗ୍ରୁପରେ ଦେବେ । ପରେ ପ୍ରଭାବିତ ହୋଇ ଟଙ୍କା ବିନିଯୋଗ କରନ୍ତି । କିଛି ମାତ୍ରାରେ ଟଙ୍କା ପ୍ରଫିଟ ମଧ୍ୟ ପାଇଥାନ୍ତି । ଯେତେବେଳେ ଅଧିକ ଟଙ୍କା ବିନିଯୋଗ କରିବ , ସେତେବେଳେ ଲୋକ ଫସିଯିବା ସହ ସବୁ ଟଙ୍କା ହରେଇ ବସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.