ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ମାଓବାଦୀ ନିହତ

Published By : Prameya-News7 Bureau | April 30, 2024 IST

ମାଲକାନଗିରି ୩୦।୦୪ ମାଲକାନଗିରି ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ । ପୋଲିସ ଗୁଳିରେ ଚାରି ଜଣ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ବନ୍ଧୁକ ସହ ଭାରିମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ । 

ଖବର ଅନୁଯାୟୀ, ଅବୁଜମାଡ ଜଙ୍ଗଲରେ ମାଓବାଦୀ ମାନେ ଏକ କ୍ୟାମ୍ପ କରି ରହିଥିଲେ । ଏନେଇ ସୁରକ୍ଷାକର୍ମୀଙ୍କ ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା ।ଯାହାକୁ ଆଧାର କରି ଡିଆରଜି ଓ ଏସଟିଏଫ ବାହିନୀ ପକ୍ଷରୁ ସେଠାରେ ଆରମ୍ଭ ହୋଇଥିଲା ଅପରେସନ । ଏନକାଣ୍ଟର ପରେ ଘଟଣାସ୍ଥଳ ଛାଡି ମାଓବାଦୀମାନେ ପଳାୟନ କରିଛନ୍ତି । ତେବେ ଏହି ଏନ୍‌କାଉଣ୍ଟରରେ ୪ ଜଣ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । 

ତେବେ ଏତେ ବଡ଼ ଏନ୍‌କାଉଣ୍ଟର ପରେ ଆକ୍ସନକୁ ଆସିଛନ୍ତି ସୁରକ୍ଷାକର୍ମୀ । ଜବାନଙ୍କ ପକ୍ଷରୁ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ବସ୍ତର ଆଇଜି ସୁନ୍ଦରରାଜ ପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.