Akaayଙ୍କୁ ଜନ୍ମ ଦେବା ପରେ କାମକୁ ଫେରିଲେ ଅନୁଷ୍କା, ଫ୍ୟାନ୍ସ କହିଲେ-ଫିଲ୍ମକୁ କେବେ ଫେରିବ ?

Published By : Prameya-News7 Bureau | May 01, 2024 IST

ମୁମ୍ଵାଇ ୦୧।୦୫: ବିରାଟ କୋହଲିଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା। ତାଙ୍କ ପ୍ରଶଂସକମାନେ ବର୍ତ୍ତମାନ ବହୁତ ଖୁସି ଅଛନ୍ତି। କାହିଁକି ନା ଶେଷରେ ଅନୁଷ୍କା ତାଙ୍କ ପ୍ରଶଂସକମାନଙ୍କୁ ଏକ ଗୁଡନ୍ୟୁଜ୍‌ ଦେଇଛନ୍ତି। କିଛି ସମୟ ପୂର୍ବରୁ ଅନୁଷ୍କାଙ୍କର ଏକ ଇନଷ୍ଟାଗ୍ରାମ ପୋଷ୍ଟ ସାମ୍ନାକୁ ଆସିଛି। ଯାହା ପରେ ସୋସିଆଲ ମିଡିଆରେ ଖୁସିର ଲହରୀ ଖେଳିଯାଇଛି। ଏହି ପୋଷ୍ଟ ସହିତ ତାଙ୍କ କାମକୁ ଫେରିବାର ଖବର ସାମ୍ନାକୁ ଆସିଛି। ଯେତେବେଳେ ଏହି ପୋଷ୍ଟ ବିଷୟରେ ଏତେ ଆଲୋଚନା ହେଉଛି, ଆସନ୍ତୁ ଜାଣିବା ଅଭିନେତ୍ରୀ କଣ ସେୟାର କରିଛନ୍ତି ।



ଅନୁଷ୍କା କାମକୁ ଫେରିଛନ୍ତି। 

ପ୍ରାୟ ୯ସପ୍ତାହ ପୂର୍ବରୁ ଅନୁଷ୍କା ତାଙ୍କ ପୁଅକୁ ଜନ୍ମ ଦେଇଥିଲେ।  ଏକ ପୋଷ୍ଟ ସେୟାର କରି ପ୍ରଶଂସକମାନଙ୍କୁ ସେ ଖୁସି ଖବର ଦେଇଥିଲେ। ଏହା ପରେ ସେ କେବଳ ଗୋଟିଏ ପୋଷ୍ଟ ସେୟାର କରିଥିଲେ ଯେଉଁଥିରେ ସେ ଏକ ବ୍ରାଣ୍ଡକୁ ପ୍ରମୋସନ କରୁଛନ୍ତି। ଏହା ପରେ ଏବେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଦେଖାଯାଉଛି ଯେ ପୁଅକୁ ଜନ୍ମ ଦେବା ପରେ ଅନୁଷ୍କା ପୁଣି ଥରେ କାମକୁ ଫେରିଛନ୍ତି। ସେ ସେୟାର କରିଥିବା ଭିଡିଓରେ ସେ ଏକ ବ୍ରାଣ୍ଡର ପ୍ରମୋଶନ କରୁଥିବା ଦେଖିବାକୁ ମିଳିଛି ।

ଭିଡିଓରେ ଅନୁଷ୍କା ଏକ ହଳଦିଆ ରଙ୍ଗର ବ୍ଲେଜର ପିନ୍ଧିଛନ୍ତି ଏବଂ ଏହା ସହିତ ସେ ନୀଳ ଡେନିମ୍ ପିନ୍ଧି ବହୁତ ସୁନ୍ଦର ଦେଖାଯାଉଛନ୍ତି । ଅନୁଷ୍କାଙ୍କୁ ଏହିପରି ଦେଖି ପ୍ରଶଂସକମାନେ ମଧ୍ୟ ଖୁସି ହୋଇଯାଇଥିଲେ। ବର୍ତ୍ତମାନ ସେ ଏହି ବ୍ରାଣ୍ଡର ପ୍ରମୋସନ କରୁଛନ୍ତି। ପ୍ରଶଂସକମାନେ ମଧ୍ୟ ପଚାରିଛନ୍ତି ଯେ ସେ କେବେ ଫିଲ୍ମକୁ ଫେରିବେ । ଏହି ଭିଡିଓ ଦେଖିବା ପରେ ପ୍ରଶଂସକଙ୍କ ଆଶା ବଢିଛି। ବର୍ତ୍ତମାନ ଅନୁଷ୍କାଙ୍କ ପୋଷ୍ଟକୁ ନେଇ ସମସ୍ତେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.