ଭିଜିଲାନ୍ସ ଜାଲରେ ଏଆରଆଇ ଓ ସହଯୋଗୀ, ଜମି ନୋଟିଫିକେସନ ବାବଦକୁ ନେଉଥିଲେ ୧୦ ହଜାର ଟଙ୍କା

Published By : Prameya-News7 Bureau | April 30, 2024 IST

ଟିଟିଲାଗଡ ୩୦।୪: ଭିଜିଲାନ୍ସ ଜାଲରେ ଏଆରଆଇ । ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଏଆରଆଇ ଓ ସହଯୋଗୀ । ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ବେଲଗାଁ ଏଆରଆଇ ରେସ୍ମା ମାଝୀ ଓ ତାଙ୍କ ସହଯୋଗୀ ବାବୁଲାଲ ନନ୍ଦ ଜମି ନୋଟିଫିକେସନ ବାବଦକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଛି । 

ମଙ୍ଗଳବାର ଜମି ନୋଟିଫିକେସନ ବାବଦକୁ ବାସୁଦେବ ରଣାଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ବେଲଗାଁ ଏଆରଆଇ ରେସ୍ମା ମାଝୀ । ପରେ ବାସୁଦେବ ବଲାଙ୍ଗୀର ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ବଲାଙ୍ଗିର ଡିଏସପି କୁଲସ୍ତି ଛତ୍ରିଆଙ୍କ ନେତୃତ୍ୱରେ ବରଗଡ଼ ଓ ସମ୍ବଲପୁରର ମିଳିତ ଟିମ୍ ସହଯୋଗରେ ଚଢାଉ କରାଯାଇଥିଲା । ଲାଞ୍ଚ ନେବା ପରେ ବଲାଙ୍ଗୀର ଭିଜିଲାନ୍ସ ଟିମ୍ ରେସ୍ମାକୁ କାବୁ କରିବା ସହ ଗିରଫ କରିଛି । ଅଧିକ ତଦନ୍ତ ପାଇଁ ଭିଜିଲାନ୍ସ ରେସ୍ମାଙ୍କ ବିଭିନ୍ନ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ରେଡ୍ ଜାରି ରଖିଛି ।

You Can Read :

ବିଜେପିରୁ ଇସ୍ତଫା ଦେଲେ ଅମୀୟ ଦାଶ, ଟିକେଟ୍ ନମିଳିବାରୁ ଥିଲେ ଅସନ୍ତୁଷ୍ଟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.