ଡଙ୍ଗାରେ ଯାଉଥିଲା ମଦ, ପହଁରି ପହଁରି ଧରିଲେ ଅବକାରୀ ଟିମ୍

Published By : Prameya-News7 Bureau | April 30, 2024 IST

ଆଠଗଡ ୩୦।୪: ମହାନଦୀରେ ଡଙ୍ଗାରେ ଯାଉଥିଲା ମଦ ସହ ମଦ ତିଆରି ସାମଗ୍ରୀ । ଖବର ପାଇଗଲା ଅବକାରୀ ବିଭାଗ । ଅବକାରୀ ଷ୍ଟାଫଙ୍କୁ ଦେଖି ଜୋରରେ ଡଙ୍ଗା ଚଳାଇଲେ ମଦ ମାଫିଆ । ଅବକାରୀ ଷ୍ଟାଫ୍ ଡ୍ରେସ ଖୋଲି ମହାନଦୀ ପାଣିରେ ପହଁରିଲେ । ଅଧା ନଦୀରେ ଡଙ୍ଗା ଛାଡି ପଳାଇଲେ ମଦ ମାଫିଆ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ଯୋଡୁମ ଥାନା ଚକ୍ରଗଡ ମହାନଦୀ ଠାରେ । 

ଡଙ୍ଗାରେ ମଦ ଯାଉଥିବା ଖବର ପାଇ ଆଠଗଡ ଓ ନରସିଂହପୁର ଅବକାରୀ ବିଭାଗ ଷ୍ଟାଫ ରେଡ କରିଥିଲେ । ଡଙ୍ଗା ଧରିବା ସହ ଡଙ୍ଗାରେ ଥିବା ବିପୁଳ ପରିମାଣର ମଦ ଜବତ କରିବା ସହ  ମଦ ତିଆରି ସାମଗ୍ରୀ ନଷ୍ଟ କରିଛନ୍ତି ।

You Can Read :

କେନ୍ଦୁଝରର କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣୀ କୁଅଁର ଗୁରୁତର, ମେଡିକାଲରେ ଭର୍ତ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.