୬ବର୍ଷ ପରେ ରାୟ ପ୍ରକାଶ, ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍

Published By : Prameya-News7 Bureau | April 30, 2024 IST

ଭୁବନେଶ୍ବର ୩୦।୪: ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ । ୨୦୧୮ ମସିହାରେ ୯ ବର୍ଷର ଶିଶୁ ଦୁଷ୍କର୍ମର ଶିକାର ହୋଇଥିଲେ । ୬ବର୍ଷ ପରେ ଘଟଣାର ରାୟ ପ୍ରକାଶ ପାଇଛି । ସ୍ବତନ୍ତ୍ର ପୋକ୍ସୋ ପାଷ୍ଟଟ୍ରାକ୍ କୋର୍ଟ ୧ରେ ରାୟ ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, ୨୦୧୮ ମସିହା ଅକ୍ଟୋବର ମାସ ୨୬ ତାରିଖରେ ନାବାଳିକା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିଲେ । ସ୍କୁଲ ଯିବା ବେଳେ ୯ ବର୍ଷର ଝିଅକୁ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ସ୍ବତନ୍ତ୍ର ପୋକ୍ସୋ ପାଷ୍ଟଟ୍ରାକ୍ କୋର୍ଟ ୧ର ବିଚାରପତି ସରୋଜ କୁମାର ସାହୁ ରାୟ ପ୍ରକାଶ କରିଛନ୍ତି । ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ୮ ଜଣ ସାକ୍ଷୀ ଏବଂ ୨୩ଟି ଦସ୍ତାବିଜ୍ ଆଧାରରେ କୋର୍ଟ ରାୟ ପ୍ରକାଶ କରିଛନ୍ତି ।

You Can Read :

କଲବଲ କଲା ଭୀଷଣ ଗ୍ରୀଷ୍ମ ପ୍ରବାହ, ବାରିପଦାରେ ସର୍ବାଧିକ ୪୬.୪ ଡ଼ିଗ୍ରୀ ରେକର୍ଡ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.