କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ମଣ୍ଡଳସ୍ଥିତ JSW ନେତ୍ରାବନ୍ଧ ଲୌହ ଖଣି ସମ୍ମୁଖରେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ ସିପିଆଇ(ଏମ୍) ଓ ଗ୍ରାମବାସୀଙ୍କ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିକ୍ଷୋଭ। ୨୫୦ ଜଣ ସ୍ଥାନୀୟ ବେକାର ଯୁବକଙ୍କୁ ନିଯୁକ୍ତି, କାରିଗରୀ ପଦବୀରେ ସ୍ଥାନୀୟ ଶ୍ରମିକଙ୍କୁ ପ୍ରାଥମିକତା, ୧୦ ଜଣ ପ୍ରାଥମିକ ଶିକ୍ଷକ ନିଯୁକ୍ତ କରିବା ସହ ବିଶୁଦ୍ଧ ପାନୀୟ ଜଳ, ରାସ୍ତା, ମାଗଣା ଚିକିତ୍ସା ଏବଂ ପରିବହନ ସ୍ଥାନୀୟ ପିଲାଙ୍କୁ ଟ୍ରାନ୍ସପୋଟିଙ୍ଗ, ରେଜିଙ୍ଗ ପାଇଁ ପ୍ରଥମ ଅଗ୍ରାଧିକାର ଦେବା ଦାବିରେ ଶହ ଶହ ସ୍ଥାନୀୟ ଲୋକ ଖଣି ଗେଟ୍ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ଲିଖିତ ଆକାରରେ ଦାବି ପୂରଣ ନହେବା ଯାଏ ଧାରଣା ଚାଲୁରହିବ ବୋଲି ବିଧାୟକ ଶ୍ରୀ ମୁଣ୍ଡା ଚେତାବନୀ ଦେଇଛନ୍ତି। ଆନ୍ଦୋଳନ ଯୋଗୁ ଖଣି ପରିବହନ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।